୧୫ରୁ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା, ଜାରି ହେଲା ୟେଲୋ ୱାର୍ଣ୍ଣିଂ

Advertisment
୧୫ରୁ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା, ଜାରି ହେଲା ୟେଲୋ ୱାର୍ଣ୍ଣିଂ

Skymet Weather

ଭୁବନେଶ୍ବର : ଆସନ୍ତା ୧୫ ତାରିଖରୁ ରାଜ୍ୟର ପାଗ ବଦଳିବ। ପଶ୍ଚିମା ଝଡ଼ ପ୍ରଭାବରେ ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୬ ତାରିଖ ଆଡ଼କୁ ପବନର ବେଗ ମଧ୍ୟ ବଢ଼ିବ। ପବନର ବେଗ ଘଣ୍ଟାପ୍ରତି ପାଖାପାଖି ୪୦ରୁ ୫୦ କିମିରେ ପହଞ୍ଚିବ। ସାରା ରାଜ୍ୟରେ ୧୬ ଓ ୧୭ ତାରିଖରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ପଶ୍ଚିମା ଝଡ଼ ସହିତ ଜଡ଼ିତ ବାୟୁମଣ୍ଡଳର ମଧ୍ୟଭାଗରେ ଥିବା ଟ୍ରଫ୍‌ଲାଇନ୍‌, ବାୟୁମଣ୍ଡଳର ନିମ୍ନଭାଗରେ ଥିବା ଜଳୀୟବାଷ୍ପପୂର୍ଣ୍ଣ ପୂର୍ବ ଦିଗରୁ ପ୍ରବାହିତ ବାୟୁ ସଂସ୍ପର୍ଶରେ ଆସିବା ଦ୍ବାରା ପାରିସ୍ପରିକ କ୍ରିୟା ଯୋଗୁଁ ରାଜ୍ୟରେ ବର୍ଷା ହେବ। ୧୬ ଓ ୧୭ ତାରିଖରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଓ ଝଡ଼ ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୬ ତାରିଖ‌ରେ ୧୩ ଜିଲ୍ଲା ଓ ୧୭ ତାରିଖରେ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉଭୟ ୧୬ ଓ ୧୭ ତାରିଖ ପାଇଁ ଓଡ଼ିଶାର ସମସ୍ତ ୩୦ ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ‌ଚେତାବନୀ ଜାରି ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୧୬ ତାରିଖରୁ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ଖସିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe