୪ରୁ କାଁ ଭାଁ ବର୍ଷା, ଥଣ୍ଡା ବି ବଢ଼ିବ

Advertisment
୪ରୁ କାଁ ଭାଁ ବର୍ଷା, ଥଣ୍ଡା ବି ବଢ଼ିବ

Photo by : cloudfront.net

ଭୁବନେଶ୍ୱର : ଆସନ୍ତା ୪, ୫ ତାରିଖରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ। ଫଳରେ ଶୁଖିଲା ରହିଥିବା ବାୟୁମଣ୍ଡଳରେ କେତେକାଂଶରେ ଜଳୀୟବାଷ୍ପ ଭରିଯିବ। ଏହା ସତ୍ତ୍ୱେ ରାଜ୍ୟରେ ଥଣ୍ଡାର ପ୍ରକୋପ ଜାରି ରହିବ ବୋଲି ଆଜି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସୂଚନା ମୁତାବକ ଦକ୍ଷିଣ ଭାରତରେ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହେଉଛି। ଆଜି ଚେନ୍ନାଇ ଉପକୂଳ ଏବଂ ଏହାର ଆଖପାଖ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା କ୍ଷୀଣ। ତଥାପି ଆଗାମୀ ୪ ତାରିଖରେ ଦକ୍ଷିଣ ଏବଂ ୫ରେ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଧିକ। ବର୍ଷା ହେଲେ ବି ଥଣ୍ଡା ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

ଆଜି ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦° ସେଲ୍‌ସିୟସ୍‌ରୁ କମ୍‌ ଥିବା ବେଳେ ୧୧ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦° ତଳକୁ ଖସିଛି। ଫଳରେ ଦିନ ଏବଂ ରାତି ମଧ୍ୟରେ ତାପମାତ୍ରାରେ ରହିଥିବା ତାରତମ୍ୟ କମୁଥିବା ଦେଖିବାକୁ ମିଳୁଛି। ଗତକାଲି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫° ଏବଂ ଫୁଲବାଣୀରେ ୧୨.୫° ଥିଲା। ଆଜି ଏହା ଯଥାକ୍ରମେ ୧୪° ଏବଂ ୧୪.୫°କୁ ବୃଦ୍ଧି ପାଇଛି। ସେହିପରି କୋରାପୁଟରେ ୧୪.୮°, ହୀରାକୁଦରେ ୧୫.୭°, ଭବାନୀପାଟଣାରେ ୧୬.୫° ଆଦି ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଉପକୂଳ ବାଲେଶ୍ୱର, ଚାନ୍ଦବାଲି, କଟକ, ପାରାଦୀପ, ବାରିପଦା ଆଦି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦°ରୁ କମିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe