୩ ଯାଏ କାଳବୈଶାଖୀ ପ୍ରଭାବ

Advertisment

ମେ’ରୁ ଅଗଷ୍ଟ ମାସ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ଗରମ ଅନୁଭୂତ ହେବ। ଜୁଲାଇ ୧୫ରୁ ଅଗଷ୍ଟ ୧୫ ମଧ୍ୟରେ ବର୍ଷା କମ୍‌ ରହିପାରେ। ଓଡ଼ିଶା ସମେତ ଆନ୍ଧ୍ର ଉପକୂଳ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମେ’ ମାସରେ ସ୍ବାଭାବିକଠାରୁ ଅଧିକ ଗରମ ହେବା ସହ ଗ୍ରୀଷ୍ମ ଲହରି ଲାଗିରହିବ।

ମେ’ରୁ ଅଗଷ୍ଟ ମାସ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ଗରମ ଅନୁଭୂତ ହେବ। ଜୁଲାଇ ୧୫ରୁ ଅଗଷ୍ଟ ୧୫ ମଧ୍ୟରେ ବର୍ଷା କମ୍‌ ରହିପାରେ। ଓଡ଼ିଶା ସମେତ ଆନ୍ଧ୍ର ଉପକୂଳ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମେ’ ମାସରେ ସ୍ବାଭାବିକଠାରୁ ଅଧିକ ଗରମ ହେବା ସହ ଗ୍ରୀଷ୍ମ ଲହରି ଲାଗିରହିବ।

rain

ଭୁବନେଶ୍ବର: ମେ’ରୁ ଅଗଷ୍ଟ ମାସ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ଗରମ ଅନୁଭୂତ ହେବ। ଜୁଲାଇ ୧୫ରୁ ଅଗଷ୍ଟ ୧୫ ମଧ୍ୟରେ ବର୍ଷା କମ୍‌ ରହିପାରେ। ଓଡ଼ିଶା ସମେତ ଆନ୍ଧ୍ର ଉପକୂଳ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମେ’ ମାସରେ ସ୍ବାଭାବିକଠାରୁ ଅଧିକ ଗରମ ହେବା ସହ ଗ୍ରୀଷ୍ମ ଲହରି ଲାଗିରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଥିବା ଗରମରୁ ଏବେ ନିସ୍ତାର ମିଳିବ ନାହିଁ। ମେ’ ୩ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବାକୁ ଥିବାରୁ ତାପମାତ୍ରା ସାମାନ୍ୟ କମିବ। ଗରମ କମିବ, ମାତ୍ର ଗୁଳୁଗୁଳି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରାରେ‌ କୌଣସି ପରିବର୍ତ୍ତନ ହେବ ନାହିଁ। ୨୯ ତାରିଖ ସକାଳ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ୫୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୩୦ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଅଧିକ ରହିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ସବୁଠି ତାପମାତ୍ରା ହ୍ରାସ ପାଇଛି। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ରହିଥିଲା। ଅନ୍ୟ ସମସ୍ତ ସହରର ପାରଦ ୪୦ ଡିଗ୍ରି ତଳକୁ ଖସିଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe