୧୪ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

Advertisment
୧୪ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର: ତାତି ବଢ଼ୁଛି। ୩ ଦିନ ଭିତରେ ସବୁଠି ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ମାଲକାନଗିରିରେ ଆଜି ବି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ମଧ୍ୟାହ୍ନରେ ଏଠାରେ ୪୦.୫ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ଇତି ମଧ୍ୟରେ ୩୭ ଡିଗ୍ରି ଉପରକୁ ଚାଲି ଯାଇଛି। କଟକରେ ତାପମାତ୍ରା ୩୮ ଡିଗ୍ରି ଛୁଇଁଥିବା ଟିଟିଲାଗଡ଼ରେ ୩୯.୫ ଡିଗ୍ରି ରହିଥିଲା। ଆଗକୁ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆକଳନ ଅନୁଯାୟୀ, ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ହାଲକା ବର୍ଷା ସହ କାଳବୈଶାଖୀ ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷାର ଅଧିକ ଆଶଙ୍କା ରହିଛି। ଏଥିସହ ଉତ୍ତର ଓଡ଼ିଶା ଉପରେ କାଳବୈଶାଖୀର ପ୍ରଭାବ ରହିବ। ୨୮ ତାରିଖଠାରୁ ଦିନର ତାପମାତ୍ରା ଆହୁରି ବଢ଼ିବ। ୩୦ ତାରିଖ ବେଳକୁ ପଶ୍ଚିମ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe