୨୫ରୁ ପୁଣି ବଢିବ ତାତି, ଆଜି ୩୪ ସହରରେ ବର୍ଷା ରେକର୍ଡ

Advertisment
ଆଜି ଉତ୍ତର ଓଡ଼ିଶା ଓ ଟୁଇନ ସିଟିରେ ବର୍ଷା ସମ୍ଭାବନା

Skymet Weather

ଭୁବନେଶ୍ବର: ଆସନ୍ତା ୨୫ ତାରିଖଠାରୁ ଓଡ଼ିଶାରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇବ। ସ୍ଥାନେ ସ୍ଥାନେ ୪୬ ଡିଗ୍ରି ଡେଇଁଯିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଆଜି ୩୪ ସହରରେ ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ୩୪ ମିଲିମିଟର ବର୍ଷା ବରଗଡ଼ରେ ହୋଇଥିବାବେଳେ ଆଗାମୀ ୨୪ ଘଣ୍ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ ଭାବେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ |

ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ରହିବ। କାଲିଠୁ ବର୍ଷା କମିବ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କାଁଭାଁ ଜାଗାରେ ବର୍ଷା ହେବ। ୨୫ରୁ ପୁଣି ବଢିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି। ଉଷ୍ମ ଆଦ୍ର ଜଳବାୟୁ ସ୍ଥିତି ଲାଗିରହିବ। ଯଦିଓ କାଳବୈଶାଖୀ ବର୍ଷା ପ୍ରଭାବରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ କିନ୍ତୁ ସେତେ ପରିମାଣରେ ଆଶ୍ୱସ୍ତି ମିଳିବ ନାହିଁ। କାରଣ ତାପମାତ୍ରା ୪୫ ପର୍ଯ୍ୟନ୍ତ ଯାଇଥିବା କାରଣରୁ ୨-୩ ଡିଗ୍ରୀ କମିଲେ ବି ୪୦ ଉପରେ ତାପମାତ୍ରା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe