ପଶ୍ଚିମବଙ୍ଗରୁ ଓଡ଼ିଶା ଅଭିମୁଖେ ଆସୁଥିଲା ଅଳଙ୍କାର ଭର୍ତ୍ତି ଗାଡ଼ି; ମାଡ଼ିବସିଲା ଜିଏସଟି ଫ୍ଲାଇଂ ସ୍କ୍ୱାର୍ଡ

Advertisment
ପଶ୍ଚିମବଙ୍ଗରୁ ଓଡ଼ିଶା ଅଭିମୁଖେ ଆସୁଥିଲା ଅଳଙ୍କାର ଭର୍ତ୍ତି ଗାଡ଼ି; ମାଡ଼ିବସିଲା ଜିଏସଟି ଫ୍ଲାଇଂ ସ୍କ୍ୱାର୍ଡ

ଭୁବନେଶ୍ବର: ଓଡିଶା-ପଶ୍ଚିମବଙ୍ଗ ସୀମାରେ ଏକ ଗାଡ଼ିକୁ ଧରିଛି ଜିଏସଟି ଫ୍ଲାଇଂ ସ୍କାର୍ଡ। ଗାଡ଼ିରୁ ୧୫ ପେଟି ବାହାରିଛି। ଆଉ ଏଥିରେ ସୁନା ଅଛି ବୋଲି ଅନୁମାନ କରାଯାଉଛି। ଜିଏସଟ ଆସିଷ୍ଟାଂଟ କମିସନର ରାକେଶ ମୁଦୁଲି ଗାଡିରେ ଅଳଙ୍କାର ଥିବା ସୂଚନା ଦେଇଛନ୍ତି। ତେବେ କି ଅଳଙ୍କାର ଅଛି ତାହା ସ୍ପଷ୍ଟ ହୋଇନାହିଁ। ଏଥିରେ ବିପୁଳ ପରିମାଣର ସୁନା ଥାଇପାରେ ବୋଲି ଅନୁମାନ କରାଯାଉଛି। କାଗଜପତ୍ର ସହ ଅଧିକ ତଦନ୍ତ ଚାଲିଛି। ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁଥିବା ଏହି ଗାଡିକୁ ଧରିଛି ଫ୍ଲାଇଂ ସ୍କ୍ୱାର୍ଡ।

ସୂଚନା ଅନୁସାରେ, ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସୀମାନ୍ତରେ ଯାଂଚ ଚାଲିଥିବାବେଳେ ଏକ କମ୍ପାନୀର ଗାଡ଼ିକୁ ଅଟକ ରଖି ତଦନ୍ତ କରିଥିଲେ ଫ୍ଲାଇଁ ସ୍କାର୍ଡ । ତଦନ୍ତ ବେଳେ ଗାଡିରେ ୧୫ ପେଟି ଥିବା ଥିବା ଜାଣିବାକୁ ପାଇଥିଲେ। ଗାଡ଼ିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଗାଡ଼ିରେ ଥିବା ଲୋକଙ୍କୁ ୬ ଘଂଟା ଧରି ଅଟକ ରଖି ଅଧିକ ତଦନ୍ତ କରୁଛି ସେଂଟ୍ରାଲ ଜିଏସଟି। ତେବେ ମିଳିଥିବା ପେଟିରେ ସୁନା ଥିବା ସନ୍ଦେହ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe