Image Courtesy of Down To Earth
ଝାରସୁଗୁଡ଼ା : ଗତ ୨ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାର ଚିତ୍ରକୁ ଦୃଷ୍ଟିଦେଲେ ରବିବାର ସକାଳ ସୁଦ୍ଧା ରାଜ୍ୟର ୧୫ଟି ବ୍ଲକ୍ରେ ଶହେ ମିମିରୁ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି। ଏହାରି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ୍ରେ ସର୍ବାଧିକ ୨୧୫ ମିମି ବୃଷ୍ଟିପାତ ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ଜିଲ୍ଲାର ଲଇକେରା ବ୍ଲକ୍ରେ ୧୮୪.୮ ମିମି, କୋଲାବିରା ବ୍ଲକ୍ରେ ୧୩୯.୦ ମିମି ଓ ଝାରସୁଗୁଡ଼ା ବ୍ଲକ୍ରେ ୧୧୬ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି।
Follow Us