କାଲିମେଳାରେ ଲଗାଣ ବର୍ଷା ଜାରି, ସାନଟେକଗୁଡ଼ା ନିକଟରେ ପାହାଡ଼ ଧସି ରାସ୍ତାବନ୍ଦ

Advertisment
କାଲିମେଳାରେ ଲଗାଣ ବର୍ଷା ଜାରି, ସାନଟେକଗୁଡ଼ା ନିକଟରେ ପାହାଡ଼ ଧସି ରାସ୍ତାବନ୍ଦ

କାଲିମେଳା: ଗତ ୪ଦିନ ହେଲା କାଲିମେଳା ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ୩ଦିନ ହେଲା ଜାତୀୟ୍ର ରାଜପଥ ବନ୍ଦ ରହିଥିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି। ତେବେ ପ୍ରବଳ ବର୍ଷାରେ ଆଜି ସାନଟେକଗୁଡ଼ା ନିକଟରେ ଏକ ପାହାଡ଼ ଧସି ଯିବାରୁ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ୪ଖଣ୍ଡ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।

ଆଜି ଅପରାହ୍ନ ସମୟରେ ପ୍ରବଳ ବର୍ଷା ଯୋଗୁଁ ଏହି ପାହାଡ଼ ଧସିଯିବା ସହିତ ରାସ୍ତା ଉପରେ ମାଟି, ପଥର ଓ ଗଛ ସବୁ ଉପୁଡ଼ି ଗଦା ହୋଇଯାଇ ରାସ୍ତାକୁ ସଂପୂର୍ଣ୍ଣ ଅବରୋଧ କରିଦେଇଛି। ଫଳରେ ସାନକେଟଗୁଡ଼ା ଠାରୁ ବଦଲିଗୁଡ଼ା ଗ୍ରାମକୁ ସଡ଼କ ପଥରେ ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇପଡ଼ିଛି। ପାହାଡ଼ ତଳ ଦେଇ ଏହି ରାସ୍ତାଟି ଯାଇଥିବାରୁ ରାସ୍ତା ସଂପୂର୍ଣ୍ଣ ଭାବରେ ଅବରୋଧ ହୋଇଯାଇଛି। ବିକଳ୍ପ ରାସ୍ତା ନ ଥିବାରୁ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିଲା। ବଡ଼ିଗେଟା ପଂଚାୟତରୁ ଭେଜାଗିଂବାଡ଼ା ପଂଚାୟତକୁ ଏହି ରାସ୍ତାଟି ସଂଯୋଗ କରୁଥିବାବେଳେ ଏଥି ଯୋଗୁଁ ଅନେକ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିଲେ। ଅନ୍ୟପକ୍ଷରେ ଆଜି ସକାଳେ ପୋଟେରୁ, ଏମଭି-୯୦, ଓ କାଂଗୁରକୋଣ୍ଡା ନିକଟରେ ଥିବା ପୋଲ ତଳକୁ ବନ୍ୟାଜଳ ଖସିବାରୁ ଯାନାବାହନ ଚଳାଚଳ କିଛି ଘଂଟାଂ ପାଇଁ ସ୍ୱାଭାବିକ ହୋଇଥିଲା। ତେବେ ଦିନ ସାରା ବର୍ଷା ଲାଗି ରହିଥିବାରୁ ଅପରାହ୍ନ ସମୟରେ ଏହି ସବୁ ପୋଲ ଉପରେ ପୁଣି ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟତ ପୁନର୍ବାର ବନ୍ଦ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe