ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା: ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

Advertisment

ଅରଡ଼ବଜାର ଗଳାପୋଲ ଠାରେ ଭାସିଗଲେ ଯୁବକ, ୨୦୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନେଲା ପ୍ରଶାସନ

ଅରଡ଼ବଜାର ଗଳାପୋଲ ଠାରେ ଭାସିଗଲେ ଯୁବକ, ୨୦୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନେଲା ପ୍ରଶାସନ

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା: ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ବାଲେଶ୍ୱର: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ସହରତଳି ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ବୈତରଣୀ ନଦୀର ଜଳ ନିଷ୍କାସିତ ଯୋଗୁଁ ଭଣ୍ଡାରିପୋଖରୀ ମାଳଦା ପଂଚାୟତର ସରତା ପୋଲ ବୁଡ଼ିଯାଇଛି। ଫଳରେ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୈତରଣୀର ଆଖୁଆପଦା ଠାରେ ବିପଦ ସଂକେତ ଅତିକ୍ରମ କରିଛି।

publive-image

ଆଜି ସଂଧ୍ୟା ସମୟରେ ଅରଡ଼ବଜାର ସ୍ଥିତ ଗଳାପୋଲଠାରେ ଜଣେ ଯୁବକ ପାଣିରେ ଭାସିଯାଇଥିବା ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ରେମୁଣା ବ୍ଲକ ହରିପୁର ଓ ଦହପଡ଼ା ଅଞ୍ଚଳରୁ ପ୍ରାୟ ୮୪ ଜଣ ବିପନ୍ନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସ୍କୁଲରେ ରଖାଯାଇଛି। ସମାନ ଭାବରେ ସଦର ବ୍ଲକର ନଗ୍ରମ ପଞ୍ଚାୟତରେ ଥିବା ଆଦିବାସୀ ସାହିରୁ ପ୍ରାୟ ୧୨୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସେଠାରେ ଥିବା ଏକ ମନ୍ଦିରରେ ଆଶ୍ରୟ ଦିଆଯାଇଛି। ବିପନ୍ନ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଥିବା ଜିଲ୍ଲା ଜରୁରୀ ଅଧିକାରୀ ସୂଚନା ଦେଇଛନ୍ତି।

publive-image

ସୂଚନାଯୋଗ୍ୟ, ପାଣିପାଗ ବିଭାଗ ପକ୍ଷରୁ ୧୩ ଜିଲ୍ଲାକୁ ରେଡ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe