ଅବପାତ ବାତ୍ୟାର ରୂପ ନେବ ! ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୧ଟି ଜିଲ୍ଲାରେ ବର୍ଷା ସମ୍ଭାବନା

Advertisment
ଅବପାତ ବାତ୍ୟାର ରୂପ ନେବ ! ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୧ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି ବୋଲି ସୋମବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଆଗାମୀ ୪୮ଘଣ୍ଟା ମଧ୍ୟରେ ଏହି ଅବପାତ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଗୋପାଳପୁରଠାରୁ ୭୨୦ କିମି ଦୂରରେ ଉତ୍ତର-ପଶ୍ଚିମ ମୁହାଁ  ହୋଇଛି ଅବପାତ। ତେବେ ଏହାର ପ୍ରଭାବରେ ହେବାକୁ ଥିବା ବାତ୍ୟା ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହାର ପ୍ରଭାବରେ ଉପକୂଳ ଓ ଅାଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି।

publive-image

ବର୍ତ୍ତମାନ ଅବପାତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟାରୁ ରାଜ୍ୟ ସାରା ବର୍ଷା ଜାରି ହୋଇପାରେ ବୋଲି ଆଶଙ୍କା ରହିଛି। ତେବେ ଏଭଳି ପରିସ୍ଥିତିରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିବା ସହିତ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ୧୦ରୁ ୧୧ ତାରିଖ ମଧ୍ୟରେ ଏହି ବର୍ଷାର ପରିମାଣ ବଢ଼ିବାର ମଧ୍ୟ ସମ୍ଭାବନା ରହିଛି। ଏହାର ପ୍ରଭାବରେ ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe