ଏହି ସବୁ ସ୍ଥାନରେ ୧୬ରୁ ଘଡ଼ଘଡି ସହ ବର୍ଷା ଆଶଙ୍କା

Advertisment
ଏହି ସବୁ ସ୍ଥାନରେ ୧୬ରୁ ଘଡ଼ଘଡି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡ଼ିଶାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ର ୯.୫ ଡିଗ୍ରି ସେଲସିୟସ୍‌ ରହିଛି। ଓଡ଼ିଶାରେ ଆଗାମୀ ୫ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏବଂ ୧୬ରୁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ପୂର୍ବାନୁମାନ କରାଯାଇଛି।

ଆର୍ଥାତ ୧୧,୧୨, ୧୩,୧୪ ଓ ୧୫ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ୧୬ରୁ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡ଼ି ବିଜୁଳି ସହିତ ବର୍ଷା ଆଶଙ୍କା କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁର ଆଦି ସ୍ଥାନରେ ୧୬ ତାରିଖରେ ବର୍ଷା ହୋଇପାରେ। ଅଭ୍ୟନ୍ତରୀୟ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe