ଆସନ୍ତା‌ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

Advertisment
ଆସନ୍ତା‌ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

Skymate Weather

ଭୁବନେଶ୍ବର : ଆସନ୍ତା‌ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିବ। କୋହଲା ପାଗ ସାଙ୍ଗକୁ କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ଅର୍ଧାଧିକ ଜିଲ୍ଲାରେ ଏଭଳି ସ୍ଥିତି ସୃଷ୍ଟି ହେବାର ଅନୁମାନ କରି ‌ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କୁହାଯାଇଛି ଯେ ଫେବ୍ରୁଆରି ୨ ତଥା ରବିବାରଠାରୁ ପାଗରେ ବଡ଼ଧରଣର ପରିବର୍ତନ ଆସିବ। ଲଗାତାର ୩ ଦିନ ଧରି ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ଏବଂ ଥଣ୍ଡା କମିବ। ଦିନ ସମୟରେ କୋହଲା ପାଗ ରହିବ। ୨ ଓ ୩ ତାରିଖରେ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ସୋନପୁର, ବୌଦ୍ଧ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ହାଲୁକା ବର୍ଷା ହୋଇପାରେ। ଏହି ଦୁଇ ଦିନ କଳାହାଣ୍ଡି, ମାଲକାନଗିରି, କନ୍ଧମାଳ, କୋରାପୁଟ, ସୋନପୁର ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବ। ରାସ୍ତାଘାଟ ଦୃଶ୍ୟମାନ ହେବନି। ୪ ତାରିଖ ବେଳକୁ ବର୍ଷା ସାମାନ୍ୟ କମିବ। ତେବେ ୫ ଓ ୬ ତାରିଖରେ ଉପକୂଳ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଅଳ୍ପ କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ସ୍ଥାନରେ ବର୍ଷା ହୋଇ ନ ଥିବା ବେଳେ ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗି ରହିଥିଲା। ସବୁଠି ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe