ରାଜ୍ୟର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

Advertisment
ବଢ଼ୁଛି କାଳବୈଶାଖୀ ସମ୍ଭାବନା : ଆଜି ୭ ଜିଲ୍ଲାରେ ହୋଇପାରେ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

Zee News

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଭଲ ବର୍ଷା ହୋଇଥିଲେ ବି ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ପୁରୀ, କେନ୍ଦ୍ରାପଡ଼ା, ଖୋର୍ଧା, ଯାଜପୁର, କଟକ, ବାଲେଶ୍ବର ଓ ସୋନପୁର ଆଦି ଜିଲ୍ଲାରେ ଜୁନ୍‌ ମାସରୁ ଏଯାଏ ନିଅଣ୍ଟିଆ ବର୍ଷା ହୋଇଛି। ପୁରୀ ଜିଲ୍ଲାରେ ସର୍ବାଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ୧ରୁ ଜୁଲାଇ ୧୩ ତାରିଖ ଯାଏ ପୁରୀରେ ୧୫୧ ମିମି ବର୍ଷା ହୋଇଛି। ଅର୍ଥାତ୍‌ ୪୪% ନିଅଣ୍ଟିଆ ବର୍ଷା ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ୧ ଜୁନ୍‌ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୩୫୫.୬ ମିମି ବର୍ଷା ହୋଇଯାଇଛି। ସ୍ବାଭାବିକ ଭାବେ ଏହି ସମୟ ଅବଧି ମଧ୍ୟରେ ସମୁଦାୟ ବର୍ଷା ୩୪୭.୧ ମିମି ବର୍ଷା ହେବା କଥା। କିନ୍ତୁ ରାଜ୍ୟରେ ତା’ଠାରୁ ଅଧିକ ବର୍ଷା ହୋଇଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୨୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଏଥିମଧ୍ୟରେ ୩ଟି ଜିଲ୍ଲାରେ ୨୦%ରୁ ଅଧିକ ଅତିରିକ୍ତ ବର୍ଷା ହୋଇଛି। ଝାରସୁଗୁଡ଼ା, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆଜି କଟକ ଜିଲ୍ଲା କଣ୍ଟାପଡ଼ାରେ ସର୍ବାଧିକ ୭୩.୦ ମିମି ବର୍ଷା ହୋଇଛି। ନୂଆପଡ଼ାର ଖରିଆରରେ ୭୨.୪ ମିମି, କଳାହାଣ୍ଡି ଜିଲ୍ଲାର ନର୍ଲାରେ ୭୧.୦ ମିମି ବର୍ଷା ଓ ମୟୂରଭଞ୍ଜ ଜିଲ୍ଲା‌ ବେତନଟୀରେ ୬୯.୦ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ପୁରୀ, ସମ୍ବଲପୁର, ଅନୁଗୁଳ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୧୫ ତାରିଖ ଦିନ ମଧ୍ୟ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ବରଗଡ଼ ଓ ଅନୁଗୁଳର କେ‌ତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe