ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏସବୁ ଜିଲ୍ଲାରେ ହେବ ବର୍ଷା

Advertisment
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର : ଗତକାଲି ଦକ୍ଷିଣ ଆଣ୍ଡାମାନସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଅଭିମୁଖେ ଗତି କରୁଛି | ଏହା ଆସନ୍ତାକାଲି ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହା ଧୀ‌ରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ଓ ୧୮ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ। ପାଗ ମେଘୁଆ ସହ ବର୍ଷାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ୧୭ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ହୋଇପାରେ | ସେହିପରି ୧୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମରେ ବର୍ଷା ହୋଇପାରେ | ସେହିପରି ପଶ୍ଚିମ-କେନ୍ଦ୍ରୀୟ ସମୁଦ୍ର ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଓ ୧୭ରୁ ୧୮ ତାରିଖ ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ସମୁଦ୍ର ଅଶାନ୍ତ ରହିବ |

ଏହା ପ୍ରଭାବରେ ରାଜ୍ୟରେ ୧୯ ଓ ୨୦ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ପାଗ ମେଘୁଆ ରହିବ। ସେପ୍ଟେମ୍ବରରେ ‘ଗୁଲାବ’ ବାତ୍ୟା ପରେ ଅକ୍ଟୋବରରେ କୌଣସି ଅବପାତ ହୋଇନଥିଲା। କିନ୍ତୁ ନଭେମ୍ବରରେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ସିଷ୍ଟମ୍‌ ସୃଷ୍ଟି ହେବାରେ ଲାଗିଛି। ଲଘୁଚାପ କ୍ଷେତ୍ର ଦେଇ ଟ୍ରଫଲାଇନ୍‌ ସୃଷ୍ଟି ଓ ଅତିକ୍ରମ ତଥା ରାଜ୍ୟ ଉପରେ ଏହାର ପ୍ରଭାବ ବିଶ୍ବ ଜଳବାୟୁ ପରିବର୍ତ୍ତନର ସଙ୍କେତ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe