ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ବୌଦ୍ଧ‌‌ରେ ଅତିପ୍ରବଳ ବର୍ଷା, ରାଜ୍ୟରେ ୧୦ ତାରିଖ ଯାଏ ବର୍ଷା ଜାରି ରହିବ

Advertisment
ଆସୁଛି ଦୁଇଟି ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା, ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ

sciencing.com

ଭୁବନେଶ୍ବର : ଉତ୍ତର ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୋମବାର ସକା‌େଳ‌ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ସୋମବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଯାଇଛି। ବିଶେଷକରି ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, ଖୋର୍ଧା, ଅନୁଗୁଳ, ହେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଜୁଲାଇ ଆରମ୍ଭରୁ ରାଜ୍ୟରେ ଭଲ ବର୍ଷା ଜୁନ୍‌ର ନିଅଣ୍ଟିଆ ସ୍ଥିତି ଭରଣା କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ଅପରପକ୍ଷେ ଏହି ଲଘୁଚାପ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ କରିଛି। ବର୍ତ୍ତମାନ ମୌସୁମୀ ଟ୍ରଫ୍-ଲାଇନ୍‌ କୋଟା, ଗୁନା, ସିଧି, ଅମ୍ବିକାପୁର, ଝାରସୁଗୁଡ଼ା ହୋଇ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଉପରେ ଥିବା ଲଘୁଚାପବଳୟ ଦେଇ ଗତି କରୁଛି। ଏହା ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଏହା ପ୍ରଭାବରେ ଆସନ୍ତା ୧୦ ତାରିଖ ଅର୍ଥାତ୍‌ ବାହୁଡ଼ା ଯାଏ ବର୍ଷା ଜାରି ରହିବ।

publive-image

ଆଜି(ମଙ୍ଗଳବାର)ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀଜନିତ ବର୍ଷା ଆରମ୍ଭ ହୋଇଯିବ। ଆଜି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସମ୍ବଲପୁର ଓ ଅନୁଗୁଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିଭଳି ୬ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ଏବଂ ୭ ତାରିଖ ଦିନ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖ ଆଡ଼କୁ ଧୀରେଧୀରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବା ସହ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ରାଜ୍ୟକୁ ମୌସୁମୀର ଆଗମନ ଚଳିତ ବର୍ଷ ବିଳମ୍ବ ହୋଇଥିବା ବେଳେ ଜୁନ୍‌ ମାସରେ ମଧ୍ୟ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା। ଜୁନ୍‌ ଶେଷ ସୁଦ୍ଧା ରାଜ୍ୟରେ ୪୦% ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଜୁଲାଇର ପ୍ରଥମ ୪ଦିନରେ ଏହି ନିଅଣ୍ଟିଆ ବର୍ଷାର ୧୧% ଭରଣା ହୋଇଯାଇଛି। ଆଜି ଜୁଲାଇ ସୁଦ୍ଧା (୧ ଜୁନ୍‌ରୁ ୪ ଜୁଲାଇ ପର୍ଯ୍ୟନ୍ତ) ରାଜ୍ୟରେ ୧୮୧.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକ ବର୍ଷା ୨୫୬.୧ ମିମି ତୁଳନାରେ ୨୯% କମ୍‌। ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଥିଲେ ମଧ୍ୟ ଜୁଲାଇ ପ୍ରଥମାର୍ଦ୍ଧରେ ଭଲ ବର୍ଷା ହେବ ଓ ଏହି ନିଅଣ୍ଟିଆ ସ୍ଥିତିକୁ ଭରଣା କରିବା ବୋଲି ଆଶା ପ୍ରକାଶ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe