ଆଜିଠୁ ବର୍ଷା କମିବ, ୨୬ରୁ ପାଗ ଶୁଖିଲା

Advertisment
ଲଘୁଚାପ ପ୍ରଭାବରେ ରାଜ୍ୟରେ ୭ରୁ ପ୍ରବଳ ବର୍ଷା ସମ୍ଭାବନା

Image Courtesy of India Today

ଭୁବନେଶ୍ବର : ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ବର୍ଷା ଲାଗି ରହିଛି। ଆଜି(ରବିବାର) ବର୍ଷାର ପରିମାଣ ଓ ବ୍ୟାପ୍ତି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଶନିବାର ଦିନ ଢେଙ୍କାନାଳ, କଟକ ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ଭୀଷଣ ବର୍ଷା ହୋଇଛି। ଉପକୂଳ ସମେତ ସାରା ରାଜ୍ୟରେ ବି ବର୍ଷା ସହ ମେଘୁଆ ପାଗ ଜାରି ରହିଛି। ମୌସୁମୀଜନିତ ନିମ୍ନ ଚାପରେଖା ଶନିବାର ଦିନ କୋଟା, ଦାମୋ, ପେନ୍ଦ୍ରା ରୋଡ୍‌, ‌ଗୋପାଳପୁର ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହା ପ୍ରଭାବରେ ଶନିବାର ଦିନ ସାରା ରାଜ୍ୟରେ ବର୍ଷା ହୋଇଥିବା ବେଳେ ଆସନ୍ତା ୨ଦିନ ବି ଲାଗି ରହିବ। କିନ୍ତୁ ଆଜି ଓ ୨୫ ତାରିଖ ଦିନ ବର୍ଷାର ପ୍ରଭାବ କମ୍‌ ରହିବ।

publive-image en.gaonconnection.com

ପାଣିପାଗ କେନ୍ଦ୍ର କହିଛି, ଆଜି ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଧା, କଟକ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କା‌ନାଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷିବ। ଏଥିସହ ୨୫ ତାରିଖ ଦିନ ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ଆସନ୍ତା ୨ଦିନ ପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ୨୬ ତାରିଖ ପରେ ପାଗ ଖୁଖିଲା ଓ ଖରାଟିଆ ରହିବ। ମୌସୁମୀ ପ୍ରାୟ ସ‌ପ୍ତାହେ ପର୍ଯ୍ୟନ୍ତ ରାଜ୍ୟରୁ ଗାଏବ୍‌ ହୋଇଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe