ଆସନ୍ତା ୨ ଦିନ ରାଜ୍ୟରେ ସାମାନ୍ୟ ବର୍ଷା

Advertisment
୧୩ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି

Hindustan Times

ଭୁବନେଶ୍ବର : ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ। ଆସନ୍ତା ୨୦ ତାରିଖ ଆଡ଼କୁ ବର୍ଷା ଟିକେ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ। ୧୭ ତାରିଖ ଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ଓ ୧୮ ତାରିଖ ଦିନ ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକରେ ସ୍ବଳ୍ପ ବର୍ଷା ହୋଇପାରେ। କଟକ ଓ ଭୁବନେଶ୍ବରରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ମେଘୁଆ ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ସର୍ବାଧିକ ୪୯.୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ସୋନ୍‌ପୁରରେ ୪୪.୨ ମିମି ଓ ରାୟଗଡ଼ାର ମୁନିଗୁଡ଼ାରେ ୪୨.୦ ମିମି ବର୍ଷା ହୋଇଯାଇଛି। ୧ ଜୁନ୍‌ରୁ ୧୬ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୩୯୨.୯ ମିମି ବର୍ଷା ହୋଇଯାଇଛି। ସ୍ବାଭାବିକ ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ୩୮୧.୧ ମିମି ହେବା କଥା। ଅର୍ଥାତ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରାଜ୍ୟରେ ୩% ଅଧିକ ବର୍ଷା ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪ ଜିଲ୍ଲାରେ ୨୦%ରୁ ଅଧିକ ଅତିରିକ୍ତ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ବ‌ାଭାବିକ ବ‌ର୍ଷା ହୋଇଛି। ୬ଟି ଜିଲ୍ଲା ପୁରୀ, ଖୋର୍ଧା, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ବାଲେଶ୍ବର ଜିଲ୍ଲାରେ ପ୍ରାୟ ୨୦% ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe