ବର୍ଷା ପାଣିରେ ପୁରୀ ବଡଦାଣ୍ଡ ବେହାଲ, ପର୍ଯ୍ୟଟକ ହନ୍ତସନ୍ତ

ବର୍ଷା ପାଣିରେ ପୁରୀ ବଡଦାଣ୍ଡ ବେହାଲ, ପର୍ଯ୍ୟଟକ ହନ୍ତସନ୍ତ

ପୁରୀ: ପୂଜା ଛୁଟି ଆରମ୍ଭ ହୋଇ ସାରିଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପର୍ଯ୍ୟଟକମାନେ ପୁରୀ ମୁହାଁ ହୋଇଛନ୍ତି। ତେବେ ଗୁରୁବାର ଅପରାହ୍ନରେ ମୁଶଳଧାରାରେ ବର୍ଷା ବେହାରୁ ବଡଦାଣ୍ଡ ବେହାଲ ହୋଇପଡ଼ିଛି। ବଡଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ନାଳ ପାଣିରେ ଚାଲିବା ଫଳରେ ପର୍ଯ୍ୟଟକ ହନ୍ତସନ୍ତ ହୋଇଛନ୍ତି। ଡ୍ରେନେଜ ବ୍ୟବସ୍ଥାରେ ତ୍ରୁଟି ତଥା ଜାମ ହୋଇଯାଇଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡିଛି ।

ଓଡ଼ିଶାର ଆଧ୍ୟାତ୍ମିକ ସହର ପୁରୀରେ ବର୍ଷସାରା ଭକ୍ତ,ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ରହୁଥିବା ବେଳେ ଶାରଦୀୟ ପୂଜା ସମୟ ପାଗ ଅନୁକୂଳ ଥିବାରୁ ପଡୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଝାରଖଣ୍ଡରୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ରୁଣ୍ଡ ହୋଇଥାଆନ୍ତି। ତେବେ ପୁରୀର ବଡ଼ଦାଣ୍ଡରେ ପାଣି ଜମି ରହିବାକୁ ନେଇ ରାସ୍ତାରେ ଲୋକମାନେ ଯାତାୟାତା ପାଇଁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପୁରୀ ସହରରେ ନର୍ଦମା ପାଣି ନିଷ୍କାସନକୁ ନେଇ ବିଭିନ୍ନ ଯୋଜନା କରାଯାଉଥିଲେ ବି ଏହା ଫେଲ ମାରିଥିବାର ଦେଖିବାକୁ ମିଳିଛି ବୋଲି ସ୍ଥାନୀୟଲୋକେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe