ବଢ଼ିଲା ବଂଶଧାରା ନଦୀର ଜଳସ୍ତର; ଲଗାଣ ବର୍ଷା ଜାରି ରହିଲେ ଡେଇଁବ ବିପଦ ସଂକେତ 

Advertisment
ବଢ଼ିଲା ବଂଶଧାରା ନଦୀର ଜଳସ୍ତର; ଲଗାଣ ବର୍ଷା ଜାରି ରହିଲେ ଡେଇଁବ ବିପଦ ସଂକେତ 

ରାୟଗଡା: ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲ୍ଲାରେ ରହିଥିବା ନଦୀଗୁଡିକରେ ଜଳସ୍ତର ବଢିବାକୁ ଲାଗିଛି। ବିଶେଷକରି ଗୁଣୁପୁର ନିକଟସ୍ଥ ବଂଶଧାରା ନଦୀର ଜଳସ୍ତର ବିପଦ ସଂକେତ ଡେଇଁଯିବ ବୋଲି ଅନୁମାନ କରାଯାଉଛି। ଆଜି ସକାଳେ ଏବଂ ମଧ୍ୟାହ୍ନରେ ବଂଶଧାରାର ଜଳସ୍ତର ୮୩.୪୦ ମିଟର ରହିଥିଲା।ଯାହାକି କେନ୍ଦ୍ରୀୟ ଜଳ ଆୟୋଗ ତରଫରୁ ସତର୍କ ସଂକେତ ଜାରି କରାଯାଇଛି। ବିପଦ ସଂକେତ ଛୁଇଁବାକୁ ହେଲେ ୮୪ ମିଟର ପାର କରିବାକୁ ପଡିବ।ତେବେ ଲଗାଣ ବର୍ଷା ଜାରି ରହିଲେ ବିପଦ ସଂକେତ ପାର କରିଯିବ ବୋଲି ଅନୁମାନ କରାଯାଉଛି। ବଂଶଧାରାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ନଦୀର ଜଳସ୍ତର ବଢୁଥିବା କୁହାଯାଇଛି।

ତେବେ ବନ୍ୟାଜଳ ନିକଟସ୍ଥ ଚାଷ ଜମିରେ ମାଡ଼ିଯିବା ଭୟ ରହିଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଏହା ଥିଲା ପ୍ରଥମ ଲଗାଣ ବର୍ଷା, ଯାହାକି ବଂଶଧାରା ସହ ନାଗାବଳୀର ଜଳସ୍ତରକୁ ମଧ୍ୟ ବୃଦ୍ଧି କରିଛି। ତେବେ ଆସନ୍ତାକାଲି ବର୍ଷା କମିଲେ ହୁଏତ ନଦୀର ପାଣି କମିପାରେ ବୋଲି ଅନୁମାନ କରାଯାଏ। ତେବେ ପୁଣି ୧୯ରୁ ଲଘୁଚାପ ରହିଥିବାରୁ ବଂଶଧାରା ନଦୀରେ ବନ୍ୟା ହେବା ନେଇ ଆଶଂକା ଦେଖାଦେଇଥିବା କୁହାଯାଇଛି।

ଆଜି ଜିଲ୍ଲାରେ ରେକର୍ଡ କରାଯାଇଥିବା ବର୍ଷାର ରିପୋର୍ଟ ଅନୁଯାୟୀ ରାୟଗଡାରେ ୨୦ ମିଲିମିଟର ବର୍ଷା ହୋଇଥିବା ବେଳେ କୋଲନରା ବ୍ଲକରେ ୪୫ ମିଲିମିଟର, କଲ୍ୟାଣସିଂହପୁର ବ୍ଲକରେ ୭୭ ମିଲିମିଟର, କାଶୀପୁର ବ୍ଲକରେ ୮୬ ମିଲିମିଟର, ଗୁଣୁପୁର ବ୍ଲକରେ ୧୬ ମିଲିମିଟର, ପଦ୍ମପୁର ବ୍ଲକରେ ୫୫ ମିଲିମିଟର, ଗୁଡାରୀ ବ୍ଲକରେ ୫୧ ମିଲିମିଟର, ରାମନାଗୁଡା ବ୍ଲକରେ ୨୬ ମିଲିମିଟର, ବିଷମକଟକ ବ୍ଲକରେ ୬୬ ମିଲିମିଟର, ମୁନିଗୁଡା ବ୍ଲକରେ ୧୧୦ ମିଲିମିଟର ଏବଂ ଚନ୍ଦ୍ରପୁର ବ୍ଲକରେ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe