ବର୍ଷାରେ ଶ୍ରୀମନ୍ଦିର ଗୁମୁଟରେ ଜମିଲା ପାଣି

Advertisment
ବର୍ଷାରେ ଶ୍ରୀମନ୍ଦିର ଗୁମୁଟରେ ଜମିଲା ପାଣି

ପୁରୀ : ବୁଧବାର ଦିନ ବର୍ଷ‌ାରେ ଶ୍ରୀମନ୍ଦିର ଗୁମୁଟ ଜଳାର୍ଣ୍ଣବ ହୋଇଛି। ଫଳରେ ଭକ୍ତମାନେ ପାଣିରେ ପଶି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଛନ୍ତି। ବୁଧବାର ପୂର୍ବାହ୍ନରେ ହଠାତ୍‌ ବର୍ଷା ଅଜାଡ଼ିଥିଲା। ଫଳରେ ଶ୍ରୀମନ୍ଦିର ସିଂହଦ୍ବାର ବାଇଶିପାହାଚ ଦେଇ ବର୍ଷା ପାଣି ଆସି ଶ୍ରୀମନ୍ଦିର ଗୁମୁଟ ନିକଟରେ ଜମାହୋଇ ରହିଥିଲା। ବର୍ଷା ଛାଡ଼ିବା ପରେ ବର୍ଷା ଜଳ ନିଷ୍କାସନ ହେବା ସହ ସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ ଆଜିର ଏଭଳି ପରିସ୍ଥିତି ଭକ୍ତଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି। ଶ୍ରୀମନ୍ଦିରରେ ଏଭଳି ପାଣି ଜମି ରହିବା ଆଦୌ ଠିକ୍‌ ନୁହେଁ ବୋଲି ଭକ୍ତମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe