ରାଜ୍ୟରେ ୧୧ ତାରିଖ ଯାଏଁ ବର୍ଷା, ୧୪ରୁ ପାଗ ଶୁଖିଲା

Advertisment

ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପର କୌଣସି ସମ୍ଭାବନା ନାହିଁ। ତେବେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ୧୧ ତାରିଖ ଯାଏଁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପର କୌଣସି ସମ୍ଭାବନା ନାହିଁ। ତେବେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ୧୧ ତାରିଖ ଯାଏଁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

rain

ଭୁବନେଶ୍ବର: ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପର କୌଣସି ସମ୍ଭାବନା ନାହିଁ। ତେବେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ୧୧ ତାରିଖ ଯାଏଁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୪ ତାରିଖଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତ ୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୯ ତାରିଖ ଯାଏଁ ସକ୍ରିୟ ରହିବ। ଆଜି (ବୁଧବାର) କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗର, ଆନ୍ଧ୍ର ଉପକୂଳରୁ ଦୂରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହି ଦୁଇଟି ଯାକ ଘୂର୍ଣ୍ଣିବଳୟ ସମ୍ଭବତଃ ୧୦ ବା ୧୧ ତାରିଖରେ ମିଶି ଏକ ବିସ୍ତୃତ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ଅଞ୍ଚଳରେ ବାୟୁର ଦିଗ ପରିବର୍ତ୍ତନ ହୋଇ ଉତ୍ତର-ପୂର୍ବ ହେବ। ଅନ୍ୟପଟେ, ଗତ ୨୭ ତାରିଖରୁ ଏ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଶିଥିଳ ହୋଇଯାଇଥିବା‌ ବେଳେ ମୌସୁମୀ ଅପସାରଣ ବି ବିଳମ୍ବ ହେଉଛି। 

ସପ୍ତାହେ ପର୍ଯ୍ୟନ୍ତ ବଙ୍ଗୋପସା‌ଗରରେ ଲଘୁଚାପର ସମ୍ଭାବନା ନାହିଁ। ଆସନ୍ତା ତିନି ଦିନ ଅର୍ଥାତ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟେକ ଦିନ ସ୍ବଳ୍ପ (୧୫ ମିମି) ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ବର୍ଷା ହୋଇପାରେ। ତା’ ପର ଦୁଇଦିନ ୧୦ ଓ ୧୧ ତାରିଖରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସ୍ବଳ୍ପ ବର୍ଷା (୧୫ ମିମି ପର୍ଯ୍ୟନ୍ତ) ଏବଂ ୧୨ ଓ ୧୩ ତାରିଖରେ ସମୁଦ୍ର ସଂଲଗ୍ନ ଅଞ୍ଚଳ, ଖୋର୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି। ୭ରୁ ୧୧ ତାରିଖ ମଧ୍ୟରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ୧୪ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe