ବଙ୍ଗୋପସାଗରରେ ଲଘୁଚାପ: ୧୦ରୁ ବର୍ଷା ଆଶଙ୍କା

Advertisment
ବଙ୍ଗୋପସାଗରରେ ଲଘୁଚାପ: ୧୦ରୁ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁସାରେ ଲଘୁଚାପ ପ୍ରଭାବରେ ୨ ଦିନ ପରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଗାମୀ ଅକ୍ଟୋବର ୧୦ରୁ ବର୍ଷା ଆରମ୍ଭ ହେବ ଏବଂ ଏହା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ।

ବର୍ଷା ଅଭାବରେ ଧାନ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପ୍ରାୟ ୨ ସପ୍ତାହରୁ ଅଧିକ ସମୟ ହେବ ବର୍ଷା ହୋଇ ନଥିବାରୁ ପଶ୍ଚିମ ଓଡ଼ିଶାରେ ଅବସ୍ଥା ଆହୁରି ଦୟନୀୟ ହୋଇ ଉଠିଛି। ଉଚ୍ଚ ଭୂମିରେ ଥିବା ଧାନ କ୍ଷେତ ଶୁଖିଲା ପଡ଼ିଥିବାରୁ ଚାଷୀମାନେ ବହୁ ଦୂରରେ ଥିବା ଜଳାଶୟରୁ ମେସିନ ସାହାଯ୍ୟରେ ପାଣିର ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ଚାଷୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଯେଉଁ ଚାଷୀମାନଙ୍କ ପାଖରେ ପାଣିପମ୍ପ ନାହିଁ, ସେମାନଙ୍କୁ ଘଣ୍ଟା ପ୍ରତି ମେସିନ ଭଡା ପାଖାପାଖି ୨୦୦ ଟଙ୍କା ଦେବାକୁ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe