ପାଣିପାଗ କେନ୍ଦ୍ରର ସୂଚନା ଜାରି: ଆହୁରି ବର୍ଷିବ ୨୪ ଘଣ୍ଟା

Advertisment

କୃଷି ବିଭାଗ ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କରୁଛି: ଏସ୍‌ଆରସି

କୃଷି ବିଭାଗ ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କରୁଛି: ଏସ୍‌ଆରସି

ସମ୍ଭାବ୍ୟ ବର୍ଷା ନେଇ ଏସଆରସିଙ୍କ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

Photo by : bcdn.newshunt.com

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରୁ ୩୧୦ କିଲୋମିଟର ଦୂରରେ ଅବପାତର ରୂପ ନେଇଛି। ଏହାରି ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ପୁରୀ ଓ କଟକରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ପଶ୍ଚିମ ଓଡ଼ିଶାରେ ବର୍ଷା ପ୍ରଭାବ ସେତେ ନଥିବା ବେଳେ ଦକ୍ଷିଣ ଓଡ଼ିଶାର ଗଜପତି ଓ ଗଞ୍ଜାମ ବ୍ୟତୀତ ଅନ୍ୟ ସ୍ଥାନରେ କମ୍‌ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ବର୍ଷାଜନିତ କ୍ଷୟକ୍ଷତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସେଠୀ କହିଛନ୍ତି, କୃଷି ବିଭାଗ ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କରୁଛି। ଏଥି ପାଇଁ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି। ସେହିଭଳି ବର୍ଷା ଦାଉରୁ ବଞ୍ଚିବା ପାଇଁ ଚାଷୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷା ଶେଷ ହେବା ପରେ କ୍ଷୟକ୍ଷତି ଆକଳନ କରାଯିବ। ଯେଉଁସ୍ଥାନରେ ୧୨୪.୫ମିଲିମିଟରରୁ ଅଧିକ ବର୍ଷା ହେବ ତାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବରେ ଗ୍ରହଣ କରାଯିବ। ସେ କହିଛନ୍ତି ପ୍ରଥମେ ମରୁଡ଼ି, ତା’ପରେ ଚକଡ଼ା ପୋକ ଓ ଏବେ ଲଘୁଚାପ ଚାଷୀମାନଙ୍କର ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe