ଆହୁରି ବର୍ଷିବ ୪୮ଘଣ୍ଟା

Advertisment
ସମ୍ଭାବ୍ୟ ବର୍ଷା ନେଇ ଏସଆରସିଙ୍କ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

Photo by : bcdn.newshunt.com

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଦୁଇ ଦିନ ହେବ ବର୍ଷା ଲାଗି ରହି ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଏହା ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷିବ ବୋଲି ବୁଧବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ଜାରି ରହିବ।

କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ଆକାଶ ଦିନ ସାରା ମେଘୁଆ ରହିଛି। ପାଗ ବି ପୂରା କୋହଲା। ସମୁଦ୍ର ଅଶାନ୍ତ ହୋଇଉଠିଛି। ଏଣୁ, ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ମନା। ଉପକୂଳରେ ବହୁଥିବା ପବନର ବେଗ ବାତ୍ୟାର ଭ୍ରମ ଏବଂ ଭୟ ସଂଚାର କରୁଛି। ଦକ୍ଷିଣ ଓଡ଼ିଶାରୁ ବର୍ଷା ଆରମ୍ଭ ହୋଇ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଊଣାଅଧିକେ ବର୍ଷିବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ତେବେ ଧାନ ଫସଲ ପାଇଁ ସବୁଠାରୁ ବଡ଼ ବିପଦ ହେଉଛି ଲଗାଣ ବର୍ଷା। ଅଳ୍ପ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇ ତିନିଦିନ ପର୍ଯ୍ୟନ୍ତ ଲାଗି ରହିବ। ଯେଉଁ ଚାଷୀମାନେ ପାଚିଲା ଧାନ କାଟି ନାହାନ୍ତି, ସେମାନଙ୍କ ପାଇଁ ଏହି ବର୍ଷା ବିପଦରେ ପକାଇବାର ଆଶଙ୍କା ରହିଛି।

୧୮ ତାରିଖ ବେଳକୁ ବର୍ଷା ପରିମାଣ କମିବ। ତେବେ ୨୦ ତାରିଖଠାରୁ ଥଣ୍ଡା ଫେରିବାର ସମ୍ଭାବନା ରହିଛି। ଲଘୁଚାପ ଜନିତ ବର୍ଷା ଯୋଗୁଁ ଥଣ୍ଡା ଘୋର ପ୍ରଭାବିତ ହୋଇଛି। ୧୮ ତାରିଖ ଯାଏଁ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇ ୨୫°ରୁ ୨୭° ମଧ୍ୟରେ ରହିବ। ସର୍ବନିମ୍ନ ତାପମାତ୍ରା ୧୯°ରୁ ୨୪° ଭିତରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe