ଆସନ୍ତା ସପ୍ତାହରେ ଉପକୂଳରେ ବର୍ଷା

Advertisment
୫ ଜିଲ୍ଲାରେ ନିଅଣ୍ଟିଆ, ୭ ଜିଲ୍ଲାରେ ଅତିରିକ୍ତ ବର୍ଷା

Metweather

ଭୁବନେଶ୍ବର : ରବିବାରଠାରୁ ରାଜ୍ୟର ପାରଦ ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଆଜି ବି ରାଜ୍ୟ ତତଲା ତାୱାରେ ସିଝୁଛି। ବୌଦ୍ଧଠାରେ ସୋମବାର ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ କଟକ, ଅନୁଗୁଳ, ବାରିପଦା, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ଟିଟିଲାଗଡ଼, ମାଲକାନଗିରି ଓ ନୟାଗଡ଼ ଆଦି ଜିଲ୍ଲାର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି ତାପମାତ୍ରା ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରାରେ ଆହୁରି ବୃଦ୍ଧି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆସନ୍ତା ୨୯ ତାରିଖ ଆଡ଼କୁ ଉପକୂଳ ଓଡ଼ିଶା‌ରେ ଭଲ ଧରଣର ବର୍ଷା ହେବ ବୋଲି ଆଶ୍ବାସନା ଦେଇଛନ୍ତି। ୨୯ରୁ ୩୧ ତାରିଖରେ ସମଗ୍ର ଉପକୂଳ ଓଡ଼ିଶାରେ ଭଲ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୨୪ ତାରିଖରେ ବଢ଼ି ୪୧ ଡିଗ୍ରି ପାଖାପାଖି ରହିବ ବୋଲି ଆକଳନ କରାଯାଉଛି। ୨୬ ତାରିଖରେ ୪୨ ଡିଗ୍ରି ପାଖାପାଖି ରହିପାରେ। ୨୮ ତାରିଖ ପରେ ବାୟୁର ଦିଗ ପରିବର୍ତ୍ତନ ଯୋଗୁଁ ଉପକୂଳରେ ମେଘୁଆ ପାଗ ଓ ତାପମାତ୍ରାରେ ହ୍ରାସ ସହିତ ବର୍ଷା ହେବା ପାଇଁ ପାଗ ଅନୁକୁଳ ରହିବ। ସମ୍ଭବତଃ ୨୯ ତାରିଖରେ ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୩୦ ତାରିଖରେ ଉପକୂଳରେ ସବୁଠାରୁ ଅଧିକ ବର୍ଷା ଓ ବାଲେଶ୍ବରରେ ସବୁଠାରୁ କମ୍‌ ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe