ବର୍ଷା: ଖୁସିରେ ନାଚିଲେ ବନ କର୍ମଚାରୀ

Advertisment
ବର୍ଷା: ଖୁସିରେ ନାଚିଲେ ବନ କର୍ମଚାରୀ

ନବରଙ୍ଗପୁର/ବାରିପଦା : ବର୍ଷା ପାଇଁ ଖୁସିରେ ନାଚିଛନ୍ତି ବନ କର୍ମଚାରୀ। ଶିମିଳିପାଳ ଅଭୟାରଣ୍ୟରେ ବର୍ଷାରେ ଭିଜିଭିଜି ନାଚିଥିବା ବେଳେ ନବରଙ୍ଗପୁର ଝରିଗାଁରେ ଢେମ୍‌ସା ନୃତ୍ୟ‌ କରିଛନ୍ତି। ବର୍ଷା ଯୋଗୁ କିଛିଦିନ ଧରି ଲାଗିଥିବା ଜଙ୍ଗଲ ନିଅଁା ପ୍ରଶମିତ ହେବାପରେ ଏହିଭଳି ଭାବେ ବର୍ଷାକୁ ସ୍ବାଗତ କରିଛନ୍ତି ବନକର୍ମଚାରୀ।

ପଶ୍ଚିମା ଝଡ଼ ପ୍ରଭାବ‌ରେ ମୟୂରଭଞ୍ଜରେ ୨ଦିନ ହେଲା ବର୍ଷା ଲାଗି ରହିଥିଲା। ଏହି ବର୍ଷା ଶିମିଳିପାଳ ଜୈବମଣ୍ଡଳ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଭୟାବହ ବନାଗ୍ନିରୁ ତ୍ରାହି ପାଇଛି ଶିମିଳିପାଳ ଅଭୟାରଣ୍ୟ। ଆଶ୍ବସ୍ତ ହୋଇଛନ୍ତି ବରିଷ୍ଠ ଅଧିକାରୀ, ଖୁସିବ୍ୟକ୍ତ କରିଛନ୍ତି ନିଆଁ ଲିଭାରେ ନି‌ୟୋଜିତ କର୍ମଚାରୀ। କିଛି କର୍ମଚାରୀ ତ ଶିମିଳିପାଳରେ ଭର୍ଷାରେ ଭିଜିଭିଜି ଭିଡିଓ ସେୟାର କରିଛନ୍ତି। ବଡ଼ଗାଁ ରେଞ୍ଜ ନେଦାମ ବିଟ୍ ହାଉସ୍‌ର ଫରେଷ୍ଟ ଗାର୍ଡ ସାମାୟ ସୋରେନ ଓ ଅନ୍ୟ କିଛି କର୍ମଚାରୀ ବର୍ଷାରେ ନାଚି ଖୁସି ମନାଉଛନ୍ତି। ସେ ଥାଙ୍କ ୟୁ ଭଗବାନ… ଥ୍ୟାଙ୍କ ୟୁ ବର୍ଷା। ଆଉ ୧ ମାସ ପର୍ଯ୍ୟନ୍ତ ଶିମିଳିପାଳରେ ନିଆଁ ଲାଗିବ ନାହିଁ। ବନାଗ୍ନି ପାଇଁ ମାସେ ହେଲା ଛୁଟି ମିଳି ନଥିଲା। ବର୍ଷା ଯୋଗୁ ଏବେ ଛୁଟି ମିଳିବ, ପରିବାର ସହ କିଛି ଦିନ ସମୟ କାଟି ହେବ ବୋଲି ଭିଡିଓରେ କହୁଛନ୍ତି।

ସେହିଭଳି, ନବରଙ୍ଗପୁର ଜିଲ୍ଲାରେ ବନାଗ୍ନି ବ୍ୟାପକ ଜଙ୍ଗଲକୁ ଗ୍ରାସ କରିସାରିଥିଲା। ଗୋଟିଏସ୍ଥାନରେ ଲିଭାଇବା ବେଳକୁ ଅନ୍ୟ ସ୍ଥାନରେ ଲାଗୁଥିଲା ନିଆଁ। କିନ୍ତୁ, ଗତକାଲି ସଂଧ୍ୟାରୁ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହୋଇ ଅଧିକାଂଶ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇ ଦେଇଛି। ପ୍ରକୃତିର ଏହି ଅବଦାନକୁ ଝରିଗାଁ ରେଞ୍ଜ ଅନ୍ତର୍ଗତ କଂଗ୍ରା ସେକ୍ସସନ ବନ ବିଭାଗ କର୍ମଚାରୀ ଢେମସା ନୃତ୍ୟ କରି ସ୍ବାଗତ କରିଛନ୍ତି। ଜଙ୍ଗଲ ଭିତରେ ମନଭରି ଢେମସା ନୃତ୍ୟ କରିଥିଲେ। ବର୍ଷା ଯୋଗୁ ଜଙ୍ଗଲ ନିଆଁ ଲିଭିଯିବା ସହ ଆଗକୁ ଆଉ ସହଜରେ ନିଆଁ ବ୍ୟାପିବ ନାହିଁ ଆଶାପୋଷଣ କରିଛନ୍ତି ଏହି ବନକର୍ମଚାରୀ।

ଉଲ୍ଲେଖଯୋଗ୍ୟ ଯେ ଜଙ୍ଗଲରେ ନିଆଁ ଯୋଗୁ ବ୍ୟାପକ ଗଛବୃକ୍ଷ ଜଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe