ଛଅଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ଆଶଙ୍କା

Advertisment
ଛଅଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆଗାମୀ ୪ରୁ ୫ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ଥିବା ବେଳେ ଉତ୍ତର ଓଡ଼ିଶାରେ ପାଗ ଶୁଖିଲା ରହିବ ବୋଲି ବୁଧବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ।

ସେହିପରି ମାଲାକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼, ବିଜୁଳି ସହିତ ବର୍ଷା ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହି ବର୍ଷା ସମୟରେ ଘଡ଼ଘଡ଼ି ବିଜୁଳି ମାରିବାର ସମ୍ଭାବନା ଥିବା ହେତୁ ଉକ୍ତ ଜିଲ୍ଲା ବାସିନ୍ଦାଙ୍କୁ ସତର୍କ ସୂଚନା ଜାରି କରିବା ସହିତ ସମୁଦ୍ର ଭିତରକୁ ନଯିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଗତକାଲି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତ ମଙ୍ଗଳବାର ସୋନପୁରରେ ସର୍ବାଧିକ ତାପମାତ୍ର ୩୬.୦ ଡିଗ୍ରି ଥିବା ବେଳେ ଟିଟଲାଗଡ଼ରେ ୨୨.୦ଡିଗ୍ରି ସର୍ବନିମ୍ନ ତାପମାତ୍ର ଥିଲା ପ୍ରକାଶିତ ରିପୋର୍ଟରୁ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe