୧୪ ଯାଏଁ କାଁ ଭାଁ ବର୍ଷା

Advertisment
୧୪ ଯାଏଁ କାଁ ଭାଁ ବର୍ଷା

Photo by : vosizneias.com

ଭୁବନେଶ୍ୱର : ଆସନ୍ତାକାଲିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା ଓ ସୋମବାରଠାରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ତେବେ ଅଧିକାଂଶ ସ୍ଥାନରେ ସାମାନ୍ୟ ଓ ଅଳ୍ପ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଉପକୂଳରେ ସକାଳେ କୁହୁଡ଼ି ବି ହେବ। ୧୪ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ତେବେ ୧୫ ବେଳକୁ ପାଗ ଶୁଖିଲା ହେବା ସହିତ ଦିନର ତାତି ଧୀରେ ଧୀରେ ବଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ଆସନ୍ତାକାଲି ସକାଳେ ଉପକୂଳ, ପରଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ହେବ। କିଛି ସ୍ଥାନରେ ଏହାର ଘନତ୍ୱ ଅଧିକ ରହିବାର ଆଶଙ୍କା ରହିଛି।

ଆଜି ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫° ସେଲ୍‌ସିୟସ୍‌ରୁ କମ୍‌ ରହିଛି। ଭୁବନେଶ୍ୱରରେ ତାପମାତ୍ରା ୩୨° ରେକର୍ଡ ହୋଇଛି। ଏହାକୁ ଛାଡ଼ିଦେଲେ ଉପକୂଳବର୍ତୀ ସମସ୍ତ ସ୍ଥାନର ତାପମାତ୍ରା ୩୦°ରୁ କମ୍‌ ରହିଛି। ପଶ୍ଚିମ ଓଡ଼ିଶାର ସୋନପୁର, ଟିଟିଲାଗଡ଼, ସୁନ୍ଦରଗଡ଼ରେ ୩୨°ରୁ ଅଧିକ ରହିଛି ତାପମାତ୍ରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe