ମୌସୁମୀ ବର୍ଷାରେ ଉବୁଟୁବୁ ସମ୍ବଲପୁର ସହର

ବଢ଼ୁଛି ଜଳବନ୍ଦୀ ଚିନ୍ତା: ୨୪ ନୂଆ ସମ୍ବେଦନଶୀଳ ଅଞ୍ଚଳ

ସମ୍ବଲପୁର : ମୌସୁମୀ ବର୍ଷା ଏବେ ସମ୍ବଲପୁରକୁ ଉବୁଟୁବୁ କରିବା ଆରମ୍ଭ କରିଲାଣି। ଏକାଧିକ ସ୍ଥାନ ଏବେଠାରୁ ଜଳବନ୍ଦୀ ହୋଇଛି। ଶନିବାର ଓ ରବିବାର ସକାଳେ ହୋଇଥିବା ପ୍ରବଳ ବର୍ଷାରେ ମନ୍ଦଲିଆ ବସ୍ତି ଜଳବନ୍ଦୀ ହୋଇଛି। ୧୩ଟି ପରିବାରର ୩୦ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଏ ନେଇ ସୂଚନା ମିଳିବା ପରେ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ପକ୍ଷରୁ ଜଳ ନିଷ୍କାସନ ଆରମ୍ଭ କରାଯାଇଛି। ତା ସହିତ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କ ପାଇଁ ଶନିବାର ରାତି ଠାରୁ ଏସ୍‌ଏମସି ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଗୋବିନ୍ଦତୋଲା, କ୍ଷେତରାଜପୁର, ବଡ଼ବଜାର, ବୁଢ଼ାରଜା, ଅଇଁଠାପାଲି, କରମଟୋଲି, ଏଏନ୍‌ଗୁହା ଲେନ୍‌, ଦାନୀପାଲି, ଗୋପାଳମାଲ ସମେତ ତଳି ଅଞ୍ଚଳଗୁଡ଼ିକରେ ପାଣି ଜମିବା ସହ ଲୋକେ ପ୍ରଭାବିତ ହୋଇଛନ୍ତି।

publive-image

ଅଇଁଠାପାଲିରୁ ବରେଇପାଲି ରାଜରାସ୍ତା ଉପରେ ପାଣି ଢେଉ ଖେଳୁଛି। ପାଖରେ ଥିବା ଗୋଟିଏ ପାର୍ଶ୍ବ ସର୍ଭିସ୍‌ରୋଡ୍‌ ଶନିବାର ରାତିରୁ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ମୌସୁମୀ ବର୍ଷା ପାଣିରେ କରମଟୋଲି ପଡ଼ା ମଧ୍ୟ ଜଳମଗ୍ନ ହୋଇଛି। ଅନେକ ଘର ପାଣି ଘେରରେ ରହିଛି। ଜଳ ନିଷ୍କାସନ ସୁବିଧା ନ ଥିବାରୁ ଏସ୍‌ଏମସି ଅଧିକାରୀଙ୍କୁ ଅଭିଯୋଗ କରାଯିବା ସହ ସୁବିଧା କରିବା ପାଇଁ ନିବେଦନ କରାଯାଇଥିଲା। କରମଟୋଲିର ତରଣି ଖଡ଼ିଆଙ୍କ କହିବା ଅନୁଯାୟୀ, ଏସ୍‌ଏମ୍‌ସି ସବୁ ଜାଣି ପଦକ୍ଷେପ ଗ୍ରହଣ କରିଲା ନାହିଁ। ଯେଉଁ କାଣରରୁ ଘର ଭିତରେ ପାଣି ପଶିଲା। ଯଥାଶୀଘ୍ର ଏହାର ସମାଧାନ କରିବା ପାଇଁ ସେ ନିବେଦନ କରିଛନ୍ତି।

publive-image

ସୋମବାର ମଧ୍ୟ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା(୭ ରୁ ୨୦ ସେମି) ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କହାଯାଇଛି। ସହରର ତଳି ଅଞ୍ଚଳ ଏବେ ଠାରୁ ପ୍ରଭାବିତ ହୋଇଥିବା ବେଳେ ବର୍ଷା ଅଧିକ ହେଲେ ବନ୍ୟା ହେବାର ଆଶଙ୍କା ମଧ୍ୟ ରହୁଛି। ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe