ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପଶିଲା ନାଳ ପାଣି

Advertisment
ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପଶିଲା ନାଳ ପାଣି

ପୁରୀ : ବର୍ଷାରେ ଉବୁଟୁବୁ ହୋଇଛି ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜମି ରହିଛି ବର୍ଷା ଓ ନାଳ ପାଣି। ପ୍ରବଳ ‌ବର୍ଷା ପାଣି ଲହଡ଼ି ମାରୁଥିବାରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷାରେ ନାଳ ଉପରେ ପାଣି ଚାଲୁଥିବାରୁ ନାଳରୁ ପାଣି ଉବୁକି ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରବେଶ କରିଥିଲା। ଏଥିସହ ଶୌଚାଳୟର ଦୂଷିତ ଜଳ ଜମି ରହିଥିଲା। ପରେ ଏହାକୁ ଉଝାଳି ଖାଲି କରାଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରର ଘର ପୁରୁଣାକାଳିଆ ହୋଇଥିବାରୁ ବର୍ଷାର ଦାଉ ବଢ଼ିଲେ ବାରମ୍ବାର ପାଣି ପଶୁଥିବା ଦେଖିବାକୁ ମିଳୁଛି। ଅଥଚ ଏହାର ସମାଧାନ ପାଇଁ ଉଦ୍ୟମ ହେଉନାହିଁ। ଏନେଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଓ ସେମାନଙ୍କ ପରିବାର ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe