ଆଜି ଅପରାହ୍ଣଠାରୁ କମିବ ବର୍ଷା

Advertisment

ଓଡ଼ିଶା ଉପରେ ସକ୍ରିୟ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଅନୁଗୁଳ, ଜଗତସିଂହପୁର, ମୟୂରଭଞ୍ଜ, ପୁରୀ, କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।

ଓଡ଼ିଶା ଉପରେ ସକ୍ରିୟ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଅନୁଗୁଳ, ଜଗତସିଂହପୁର, ମୟୂରଭଞ୍ଜ, ପୁରୀ, କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।

Heavy rain till 31st

ଭୁବନେଶ୍ବର: ଓଡ଼ିଶା ଉପରେ ସକ୍ରିୟ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଅନୁଗୁଳ, ଜଗତସିଂହପୁର, ମୟୂରଭଞ୍ଜ, ପୁରୀ, କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ମଧ୍ୟରେ ଅନୁଗୁଳ ଜିଲ୍ଲା ତା‌ଳଚେରରେ ସର୍ବାଧିକ ୧୫୫ ମିମି ବର୍ଷା ହୋଇଛି। ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦାରେ ୧୦୫, ଆଳିପିଙ୍ଗଳରେ ୧୦୨.୪, ଜଗତ୍‌ସିଂହପୁରରେ ୯୯.୧, ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୯୪, କପ୍ତିପଦାରେ ୯୨, ପୁରୀ ଜିଲ୍ଲା ଗୋପରେ ୯୧, କେନ୍ଦୁଝରରେ ୮୯, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ୮୪.୪, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ୮୦ ମିମି ବର୍ଷା ହୋଇଥିଲା।

ଆଜି ସକାଳଠାରୁ ମଧ୍ୟ ବର୍ଷା ଲାଗିରହିଥିଲା। ଯେଉଁଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆଜି ସ୍କୁଲ ଛୁଟି ଘୋଷଣା କରିଥିଲା। ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ବର୍ଷାର ପ୍ରଭାବ କମିବ। ଅଳ୍ପ କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe