ତାମିଲନାଡ଼ୁ ଉପକୂଳ ଛୁଇଁବ ଅବପାତ: ଓଡ଼ିଶା ଉପରେ ପ୍ରଭାବ ନାହିଁ

Advertisment

ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ପୂର୍ବାହ୍ନରେ ଚେନ୍ନାଇଠାରୁ ପୂର୍ବ-ଦକ୍ଷିଣପୂର୍ବକୁ ୨୮୦ କିମି ଓ ପଣ୍ଡିଚେରିର ପୂର୍ବ-ଉତ୍ତରପୂର୍ବକୁ ୩୨୦ ଏବଂ ଆନ୍ଧ୍ରପ୍ରଦେଶର ନେଲ୍ଲୁରର ଦକ୍ଷିଣପୂର୍ବକୁ ୩୭୦ କିମି ‌ଦୂରରେ...

ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ପୂର୍ବାହ୍ନରେ ଚେନ୍ନାଇଠାରୁ ପୂର୍ବ-ଦକ୍ଷିଣପୂର୍ବକୁ ୨୮୦ କିମି ଓ ପଣ୍ଡିଚେରିର ପୂର୍ବ-ଉତ୍ତରପୂର୍ବକୁ ୩୨୦ ଏବଂ ଆନ୍ଧ୍ରପ୍ରଦେଶର ନେଲ୍ଲୁରର ଦକ୍ଷିଣପୂର୍ବକୁ ୩୭୦ କିମି ‌ଦୂରରେ...

rainfall

Mint

ଭୁବନେଶ୍ବର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ପୂର୍ବାହ୍ନରେ ଚେନ୍ନାଇଠାରୁ ପୂର୍ବ-ଦକ୍ଷିଣପୂର୍ବକୁ ୨୮୦ କିମି ଓ ପଣ୍ଡିଚେରିର ପୂର୍ବ-ଉତ୍ତରପୂର୍ବକୁ ୩୨୦ ଏବଂ ଆନ୍ଧ୍ରପ୍ରଦେଶର ନେଲ୍ଲୁରର ଦକ୍ଷିଣପୂର୍ବକୁ ୩୭୦ କିମି ‌ଦୂରରେ କେନ୍ଦ୍ରୀଭୂତ ଥିବା ଏହି ଅବପାତ ଆହୁରି ନିକଟତର ହୋଇଛି। ୧୭ ତାରିଖ ଭୋର ସମୟରେ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ପଣ୍ଡିଚେରି ଓ ନେଲ୍ଲୁର ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଅବପାତର ପ୍ରଭାବ ଆଜିଠାରୁ ତାମିଲନାଡ଼ୁ, ପଣ୍ଡିଚେରୀ ଓ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି।

ଗୁରୁବାର ସକାଳେ ସ୍ଥଳ ଭାଗ ଛୁଇଁବା‌ ପରେ ଅବପାତ ଦୂର୍ବଳ ହୋଇଯିବ। ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ୧୮ରୁ ୨୦ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତାହାକୁ ନଜରରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଦିନରେ ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଜଗତ୍‌ସିଂହପୁରରେ ୩୬.୨, ବଲାଙ୍ଗୀରରେ ୩୫.୭, ଅନୁଗୁଳରେ ୩୫.୭, ଚାନ୍ଦବାଲିରେ ୩୫.୫, ମାଲକାନଗିରିରେ ୩୫.୪, ପୁରୀ, ଭୁବନେଶ୍ବର ଓ ପାରାଦୀପରେ ୩୫.୨, ଭଦ୍ରକରେ ୩୫ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe