ପୂର୍ବ ସରକାରଙ୍କର ଭୁଲ୍ ପାଇଁ ନିଷ୍କାସନ ହୋଇ ପାରୁନି ବର୍ଷା ଜଳ: ରାଜସ୍ବ ମନ୍ତ୍ରୀ

ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ବଢୁଛି। ସ୍ଥାୟୀ ସମାଧାନ ପାଇଁ ଏବେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ନଦୀର ଗତିପଥକୁ ସଫା କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଖୁବଶୀଘ୍ର ସରକାର ନଦୀ ସଫେଇ ଅଭିଯାନ ଆରମ୍ଭ କରିବେ....

Rainwater cannot be drained due to previous government's mistakes: Revenue Minister

Rainwater cannot be drained due to previous government's mistakes: Revenue Minister Photograph: (sambad.in)

ଭୁବନେଶ୍ବ‌ର: ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ବଢୁଛି। ସ୍ଥାୟୀ ସମାଧାନ ପାଇଁ ଏବେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ନଦୀର ଗତିପଥକୁ ସଫା କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଖୁବଶୀଘ୍ର ସରକାର ନଦୀ ସଫେଇ ଅଭିଯାନ ଆରମ୍ଭ କରିବେ।

ବିଭିନ୍ନ କାରଣରୁ ନଦୀର ଗତିପଥ ଅବରୋଧ ଥିବାରୁ ଜଳ ନିଷ୍କାସନ ସମସ୍ୟା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଢି ଚାଲିଛି। ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଯୋଜନା କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବ ସରକାରଙ୍କର ଭୁଲ୍ ପାଇଁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନି। ତେବେ ସରକାର ଏଦିଗରେ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଜଣଙ୍କର ଜୀବନ ତୁଳନାରେ ଚାକିରୀ ବଡ଼ ଥିଲା: ରିପୋର୍ଟ ନେଇ ବାଲେଶ୍ବର ପୀଡ଼ିତାଙ୍କ ଭାଇଙ୍କର ପ୍ରତିକ୍ରିୟା

ଆସୁଥିବା ବଡ଼ ବର୍ଷାର ମୁକାବିଲା ପାଇଁ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ଆଗାମୀ ୪୮ ଘଣ୍ଟାର ମାଷ୍ଟର ପ୍ଲାନ୍ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ବୈଠକ ପରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି। 

ପ୍ରବଳ ବର୍ଷା ହେଉଛି କିନ୍ତୁ ବଡ଼ ବନ୍ୟା ସ୍ଥିତି ଉପୁଜିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ନଦୀ ଗୁଡିକ ସତର୍କ ସଙ୍କେତ ଠାରୁ ମଧ୍ୟ ତଳେ ରହିଛି କିନ୍ତୁ ଆସୁଥିବା ବଡ଼ ବର୍ଷା ଦ୍ୱାରା କିଛି ସ୍ଥାନରେ ପାଣି ପଶିବାର ସମ୍ଭାବନା ରହିଛି । ବିଶେଷ କରି ଏହି ବର୍ଷା ସମୟରେ ସହରାଞ୍ଚଳ ଲୋକେ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ମୁଁ ନିଜକୁ ମଧ୍ୟ ପକ୍ଷଭୁକ୍ତ କରୁଛି: ବାଲେଶ୍ଵର ଛାତ୍ରୀଙ୍କ ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

Suresh Pujari | Heavy Rain | Odisha 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe