ପାହାଡ଼ରୁ ଖସିଲା ବର୍ଷାଜଳ, ଭାସିଗଲା ବୋଲେରୋ

Advertisment
ପାହାଡ଼ରୁ ଖସିଲା ବର୍ଷାଜଳ, ଭାସିଗଲା ବୋଲେରୋ

ରାଇରଙ୍ଗପୁର : ସାମୁଦ୍ରିକ ଝଡ଼ବାତ୍ୟା ୟାସ୍‌ ମୟୂରଭଞ୍ଜ ଦେଇ ଅତିକ୍ରମ କରି ଯାଇଥିବାବେଳେ ଏହାର ପ୍ରଭାବରେ ଜିଲ୍ଲାବ୍ୟାପୀ ପ୍ରବଳ ବର୍ଷା ହୋଇଛି। ଦୁଇ ଦିନ ଲଗାଣ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ସମେତ ସମସ୍ତ ଶାଖା ନଦୀମାନଙ୍କରେ ଜଳସ୍ତର ଫୁଲି ଉଠିଛି। ଗୁରୁବାର ସକାଳେ ରାଇରଙ୍ଗପୁର ନିକଟସ୍ଥ ଅଁଳାଯୋଡି ଅଞ୍ଚଳରେ ରୋଗୀ ଛାଡ଼ି ଫେରୁଥିବା ଏକ ବୋଲେରୋ (ଓଡି୧୧ଏ-୮୧୧୦) ବନ୍ୟା ଜଳରେ ଭାସିଯାଇଥିଲା।

ଗୁରୁବାର ସକାଳେ ବୋଲେରୋ ଚାଳକ ଜଣ୍ଟି ମହାନ୍ତ ରୋଗୀ ଛାଡ଼ି ଫେରିବା ସମୟରେ ଅଁଳାଯୋଡି ରେଳ ଜଙ୍କସନ୍ ନିକଟ ଗଡିଗାଁ ପୋଲଠାରେ ଗୁଡିଆ ନଈ ବଢିଥିବା ଦେଖି କୂଳରେ ବୋଲେରୋକୁ ରଖିଥିଲେ। ତେବେ ଏହି ସମୟରେ ପାହାଡ଼ରୁ ପ୍ରବଳ ବେଗରେ ବର୍ଷା ପାଣି ନିର୍ଗତ ହୋଇଥିଲା। ଚାହୁଁଚାହୁଁ ନଦୀରେ ବନ୍ୟାଜଳ ମାଡ଼ି ଆସିବାରୁ ବୋଲେରୋଟି ଭାସି ଯାଇଥିଲା। ତେବେ ତା’ ପୂର୍ବରୁ ଚାଳକ ଜଣ୍ଟି ମହାନ୍ତ ଗାଡ଼ିରୁ ବାହାରି ଆସିଥିଲେ। ପାଖପାଖି ୫ ଘଣ୍ଟା ପରେ ଜଳସ୍ତର କମିବା ପରେ ଗାଡ଼ି ମାଲିକ ଆପୁ ମହାନ୍ତ, ଚାଳକ ଜଣ୍ଟି ଓ ସ୍ଥାନୀୟ ବାସିନ୍ଦା ବୋଲେରୋକୁ ସୁରକ୍ଷିତ ସ୍ଥାନକୁ ଆଣିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe