ନନ୍ଦନକାନନରେ ବିରଳ ପ୍ରଜାତିର କଇଁଛ ମୃତ

Advertisment
ନନ୍ଦନକାନନରେ ବିରଳ ପ୍ରଜାତିର କଇଁଛ ମୃତ

www.nandankanan.org

ଭୁବନେଶ୍ବର: ନନ୍ଦନକାନନରେ ଜନ୍ମ ନେଇଥିବା ଏକ ବିରଳ ପ୍ରଜାତିର କଇଁଛର ମୃତ୍ୟୁ ହୋଇଛି। ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛଟିର ୨ଟି ମୁଣ୍ଡ ରହିଥିଲା, ଯାହାକି ଅତ୍ୟନ୍ତ ବିରଳ ପ୍ରଜାତିର। ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ। ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ। ଗୋଟିଏ ସାମାନ୍ୟ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା।

୨୦୨୨ ସେପ୍ଟେମ୍ବର ୧୧ ତାରିଖରେ ଜନ୍ମ ନେଇଥିବା ୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ ନନ୍ଦନକାନନର ଭେଟେନାରୀରେ ରଖାଯାଇଥିଲା। ହେଲେ ଗତକାଲି ଦୁଇମୁଣ୍ଡିଆ କଇଁଛର ମୃତ୍ୟୁ ହୋଇଛି। କେଉଁ କାରଣରୁ ବିରଳ କଇଁଛର ମୃତ୍ୟୁ ହେଲା ତାହା ସ୍ପଷ୍ଟ ନନ୍ଦନକାନନ କର୍ତ୍ତୃପକ୍ଷ କାନାହାନ୍ତି।

ଏହା ମୁଖ୍ୟତଃ ପାଣି କଇଁଛ। ପୋଖରୀ, କୂଅ, କେନାଲର ମଧୁର ଜଳରେ ଏମାଙ୍କୁ ଦେଖିବାକୁ ମିଳେ। ଏମାନେ ମୁଖ୍ୟତଃ ଜିଆ, ପୋକ, ମାଛ, ଗେଣ୍ଡା ଖାଇଥାନ୍ତି। ଏହି ପ୍ରଜାତିର କଇଁଛ ବର୍ଷକୁ ଥରେ ମାତ୍ର ବାଲି ଖୋଳି ୨୦ରୁ ଅଧିକ ଅଣ୍ଡା ଦେଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe