ରାଇରଙ୍ଗପୁର, ସାରସକଣା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀଙ୍କୁ ବଦଳି ଦାବି

Advertisment
ରାଇରଙ୍ଗପୁର, ସାରସକଣା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀଙ୍କୁ ବଦଳି ଦାବି
ରାଇରଙ୍ଗପୁର: କଂଗ୍ରେସ କନ୍ଦଳ ଉଠୁଛି ପଡୁଛି। ସଂଗଠନର ନାଁ ଧରି ନ ଥିବା ବ୍ୟକ୍ତିଙ୍କ ମୁଣ୍ଡରେ କଂଗ୍ରେସର ସୁନା କଳସ, ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଆଶାୟୀଙ୍କ ତରଫରୁ ଅନଲାଇନ ମାଧ୍ୟମରେ ଆଶାୟୀ ପ୍ରାର୍ଥୀମାନଙ୍କ ଆବେଦନ ଗ୍ରହଣ କରାଯାଇଥିଲା। କଂଗ୍ରେସ ଟିକେଟ ହାତେଇଛନ୍ତି ଯୁବ ଚେହେରା ରାମ କୁମାର ସୋରେନ, ଯାହାଙ୍କୁ ଦଳୀୟ କର୍ମିମାନେ ଚିହ୍ନି ନାହାନ୍ତି। ତଳ ସ୍ତରରୁ କର୍ମୀମାନଙ୍କ ମତାମତ ନେଇ କଂଗ୍ରେସ ଟିକେଟ ଦିଆ ଯାଇଥିଲେ କାହାର ଆପତ୍ତି ନ ଥାନ୍ତା।
ସାରସକଣା ନିର୍ବାଚନ ମଣ୍ଡଳୀର ସାରସକଣା, ବିଶୋଇ ଏବଂ ଵିଜାତଳା ବ୍ଳକ କଂଗ୍ରେସ ତରଫରୁ ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ବେରେଲ ସିର୍କାଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ସେମାନେ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଯେ ତୃଣ ମୂଳ ସ୍ତରର କର୍ମୀମାନଙ୍କ ସହ ଆଲୋଚନା କରାଯାଇ ଉଚିତ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରାଗଲେ ସମସ୍ତେ ଏକାଠି ହୋଇ କଂଗ୍ରେସ ପାଇଁ ନିର୍ବାଚନରେ ସହଯୋଗ କରିବେ। ସାରସକଣା ନିର୍ବାଚନ ମଣ୍ଡଳୀ ବିଜେଡି ଓ ବିଜେପିକୁ ମୁହଁ ମୋଡ଼ି କଂଗ୍ରେସ ଆଡ଼କୁ ଢ଼ଳୁଛନ୍ତି। ତେଣୁ ସପ୍ତାହ ମଧ୍ୟରେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି।
ସେହିପରି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଯୋଗେନ୍ଦ୍ର ବାନରାଙ୍କୁ ଦଳ ଘୋଷଣା କରିଥିବା ବେଳେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର କର୍ମକର୍ତ୍ତାଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ତେଣୁ ପ୍ରାର୍ଥୀଙ୍କୁ ବଦଳ କରିବା ପାଇଁ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ ଓ ପୂର୍ବତନ ବିଧାୟକ ଶ୍ଯାମ ଚରଣ ହାଁସଦାଃଙ୍କ ସମେତ ବହୁ  କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe