ଖବର ପ୍ରକାଶନ ପରେ ନିର୍ମାଣ ହେଲା ରାଇରଙ୍ଗପୁର ବସ୍‌ଷ୍ଟାଣ୍ଡ ରାସ୍ତା

Advertisment

ଗତ ଅକ୍ଟୋବର ମାସରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ଥିବାରୁ ରାଇରଙ୍ଗପୁର ବସଷ୍ଟାଣ୍ଡ୍ଠାରୁ ଗୋରୁମହିଷାଣୀ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ତରବରିଆ ଭାବରେ ଆରମ୍ଭ କରାଯାଇଥିଲା। କିନ୍ତୁ ରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ପରେ ଏହା ବନ୍ଦ ହୋଇଯାଇଥିଲା।

IMG-20241110-WA0000

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଇରଙ୍ଗପୁର ବସଷ୍ଟାଣ୍ଡ ରାସ୍ତା ନିର୍ମାଣ ପାଇଁ ୧୫ ଲକ୍ଷ ୫ ହଜାର ୪୧୫ ଟଙ୍କା ଅର୍ଥ ମଂଜୁର ହୋଇଥିଲା। ତେବେ ଗତ ଅକ୍ଟୋବର ମାସରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ଥିବାରୁ ରାଇରଙ୍ଗପୁର ବସଷ୍ଟାଣ୍ଡ୍ଠାରୁ ଗୋରୁମହିଷାଣୀ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ତରବରିଆ ଭାବରେ ଆରମ୍ଭ କରାଯାଇଥିଲା। ହେଲେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହେବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଥିଲା। ଯାହାଫଳରେ ଦୀର୍ଘ ଏକ ମାସ ପାଖାପାଖି ବସଯାତ୍ରୀମାନେ ଯାତାୟତ ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ।

ଏନେଇ ଗତ ୪ ନଭେମ୍ବରରେ ଦୈନିକ ‘ସମ୍ବାଦ’ରେ “ବସଷ୍ଟାଣ୍ଡ ରାସ୍ତା ନିର୍ମାଣ ବନ୍ଦ, ଯାତ୍ରୀ ହନ୍ତସନ୍ତ”  ଶୀର୍ଷକରେ ଖବର ପ୍ରକାଶ ପାଇବାର ଦୁଇଦିନ ପରେ ରାସ୍ତାନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ବସ୍‌ ଯାତ୍ରୀ ଓ ସହର ବାସିନ୍ଦା ସମ୍ବାଦକୁ ଧନ୍ୟବାଦ ଜଣାଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe