୧୨୧ କୋଟିରେ ନିର୍ମାଣ ହେବ ରାଇରଙ୍ଗପୁର ବାଇପାସ୍: ନିତିନ ଗଡ଼କରୀ

Advertisment

ଓଡିଶା ଦିବସରେ କେନ୍ଦ୍ର ସରକାର ରାଇରଙ୍ଗପୁରବାସୀଙ୍କୁ ଦେଲେ ଭେଟି 

ଓଡିଶା ଦିବସରେ କେନ୍ଦ୍ର ସରକାର ରାଇରଙ୍ଗପୁରବାସୀଙ୍କୁ ଦେଲେ ଭେଟି 

ଉଦ୍ଧବଙ୍କ ଅଫରକୁ ନେଇ ଏଭଳି କହିଲେ ନିତିନ ଗଡ଼କରୀ

Image Courtesy of Zee News

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରେ ବାଇପାସ୍ ୧୨୧ କୋଟି ଟଙ୍କାରେ ନିର୍ମାଣ ହେବ। ଉତ୍କଳ ଦିବସ ଅବସରରେ କେନ୍ଦ୍ର ସଡ଼କ ଓ  ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଟୁଇଟ୍‌ କରି କହିଛନ୍ତି, ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ରାଇରଂଗପୁରରେ ବାଇପାସ ନିର୍ମାଣ ପାଇଁ ୧୨୧ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟ ହେବ। ଇପିସି ମୋଡରେ ବାଇପାସ୍‌ର ନିର୍ମାଣ ହେବ। ଏହାର ଦୈର୍ଘ ୮.୪୭୨ କି.ମି। ୨ ଥାକିଆ ବିଶିଷ୍ଟ ରାସ୍ତା ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଏନେଇ ରାଇରଙ୍ଗପୁର ଅଂଚଳରେ ଖୁସିରେ ଲହରୀ ଖେଳିଯାଇଛି। ଏନେଇ ଅଂଚଳବାସୀ ସମ୍ବାଦକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

publive-image

ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର। ଆଉ ଏହି ସହର ମଧ୍ୟ ଦେଇ ଯାଇଛି ରାଂଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ। ଏହି ସହରର ରାଜପଥ ମରଣପଥରେ ପରିଣତ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକ୍ ଓ ଗୋଟିଏ ପୌରପରିଷଦକୁ ନେଇ ଗଠିତ ବାମନଘାଟୀ ଉପଖଣ୍ଡ। ଏହାର ସଦର ମହକୁମା ଓ ମୁଖ୍ୟ ସହର ହେଉଛି ରାଇରଙ୍ଗପୁର। ରାଇରଙ୍ଗପୁର ସହରର ଦୁଃଖ ଏହି ଯେ,ଏହାର ମୁଖ୍ୟ ରାସ୍ତା ତାହା ହିଁ ୨୨୦ ନଂ ଜାତୀୟ ରାଜପଥ ହିଁ ସହରର ଦୁଃଖକୁ ଦ୍ୱିଗୁଣିତ କରିଛି। ଝାଡଖଣ୍ଡ ସିମାବର୍ତ୍ତୀ ରାଇରଙ୍ଗପୁର ସହର ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର। ବାମନଘାଟୀ ଉପଖଣ୍ଡର ଅଧିବାସୀଙ୍କ ସମେତ ଝାଡଖଣ୍ଡର ସୀମାବର୍ତ୍ତୀ କେତେକ ଅଂଚଳର ଅଧିବାସୀ ମଧ୍ୟ ରାଇରଙ୍ଗପୁର ସହର ଉପରେ ନିର୍ଭର କରନ୍ତି।

ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହ ରାଇରଙ୍ଗପୁର ସହରର ବ୍ୟବସାୟିକ ସର୍ମ୍ପକ ବେଶ ପୁରୁଣା। ପ୍ରତ୍ୟେହ ରାଇରଙ୍ଗପୁରରେ ସୀମାବର୍ତ୍ତୀ ପୋଡଶୀ ରାଜ୍ୟର ଲୋକଙ୍କୁ ଦେଖିବାକୁ ମିଳେ। ରାଇରଙ୍ଗପୁର ମହାବିଦ୍ୟାଳୟଠାରୁ ମହୁଲଡିହା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରର୍ଯ୍ୟନ୍ତ ସହର ମଧ୍ୟରେ ଯାଇଥିବା ଯାତୀୟ ରାଜପଥର ପ୍ରାୟ ୪.୫ କି.ମି ରାସ୍ତାର ଉଭୟ ପାର୍ଶ୍ୟରେ ଅନେକ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ବ୍ୟାଙ୍କ୍, ଲୋଜ, ଦୋକାନ ବଜାର ଓ ଅଫିସ ଦପ୍ତର ରହିଛି। ଫଳରେ ଏହି ସବୁ ଅଂଚଳରେ ଜନସାଧାରଣଙ୍କ ସ୍ୱଚ୍ଛନ୍ଦ ଚଳପ୍ରଚଳରେ ବିଶେଷ ବାଧା ସୃଷ୍ଟି ହେଉଛି। ସହରର ମୁଖ୍ୟପଥ କଲେଜ ଛକ, ପୁରୁଣାଘାଟି, ଗଢ ଛକ, ଦୁର୍ଗା ମଣ୍ଡପ ଛକ, ମୁର୍ମୁ ଛକ ଓ ମହୁଲଡିହା ରାସ୍ତା ଏବେ ମରଣ ଯନ୍ତାରେ ପରିଣତ ହୋଇଛି। ଗାଡି ଗୁଡିକର ବେପରୁୁଆ ଓ ଦ୍ରୁତ ଚାଳନା ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟୁଛି।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ମୁଖ୍ୟ ସମସ୍ୟା ବାଇପାସ୍ ନିର୍ମାଣ ହୋଇଥିବା ବେଳେ ରାଜନେତାଙ୍କ ପାଇଁ ମଧ୍ୟ ଏହା ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ନିର୍ବାଚନ ମଣ୍ଡଳୀର ଉଭୟ ବିଜେପି, ବିଜେଡି ନେତା ବାଇପାସ୍ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଥିଲେ ସହ ଅଧିବେଶନରେ ମଧ୍ୟ ଦଳୀୟ ସାଂସଦ ମାନେ ସଂସଦ ଭବନରେ ଦାବି ଉଠାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା। ତେବେ କିଛିମାସ ପୂର୍ବରୁ ଏନ୍ଏଚ୍ଏଆଇ ପକ୍ଷରୁ ସର୍ଭେ କରାଯାଇଥିଲା କିନ୍ତୁ ବର୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ଆରମ୍ଭ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe