ନୂତନ ଜିଲା ଗଠନ ପାଇଁ ମହାମହିମଙ୍କ ନିକଟରେ ଗୁହାରି

Advertisment

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୂର ଗସ୍ତ ଅବସରରେ ରାଇରଙ୍ଗପୁରସ୍ଥିତ ମହୁଲଡ଼ିହା ଡାକବଙ୍ଗଳାଠାରେ ନୂତନ ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଇରଙ୍ଗପୁର ଜିଲା ଗଠନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୂର ଗସ୍ତ ଅବସରରେ ରାଇରଙ୍ଗପୁରସ୍ଥିତ ମହୁଲଡ଼ିହା ଡାକବଙ୍ଗଳାଠାରେ ନୂତନ ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଇରଙ୍ଗପୁର ଜିଲା ଗଠନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

IMG-20241207-WA0025

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ ଅବସରରେ ରାଇରଙ୍ଗପୁରସ୍ଥିତ ମହୁଲଡ଼ିହା ଡାକବଙ୍ଗଳାଠାରେ ନୂତନ ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଇରଙ୍ଗପୁର ଜିଲା ଗଠନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। 

ଓଡ଼ିଶାରେ ମୟୂରଭଞ୍ଜ ଜିଲା ରାଜ୍ୟର ସବୁଠାରୁ ବଡ ଜିଲା ହୋଇଥିବାରୁ ଆଉ ଗୋଟିଏ ଜିଲା ହେବାର ଆବଶ୍ୟକତା ରହିଛି ବୋଲି ସର୍ବସମ୍ମତି ଓ ସର୍ବଦଳିୟ ପ୍ରତିନିଧିମଣ୍ଡଳ ବିଗତ ଦୀର୍ଘ ବହୁବର୍ଷରୁ ଦାବି କରି ଆସୁଛନ୍ତି, ଏହି ଗୋଟିଏ ଯଥାର୍ଥ ଦାବି ରହିଛି ବୋଲି ମହାମହିମ ମଧ୍ୟ ହ୍ରଦୟଙ୍ଘମ  କରିଥିଲେ ଏବଂ ଏହି ସକାଶେ ରାଜ୍ୟ ସରକାରଙ୍କ ସହିତ ସେ ବିଷୟରେ କଥା ହେବେ ବୋଲି କହିଥିଲେ।

ରାଇରଙ୍ଗପୁର ଜିଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଓ ରାଇରଙ୍ଗପୂର ବାର ଏସସିଏସନ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା, ପ୍ରଭାସ କବି, ମନରଞ୍ଜନ ମହାନ୍ତି, ତଥା ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପ୍ରହ୍ଲାଦ ପୂର୍ତ୍ତି, ସାଇବା ସୁଶୀଲ କୁମାର ହାଂସଦା ଓ ରାଇରଙ୍ଗପୂର ପୌରପରିଷଦର ପୌରାଧ୍ୟକ୍ଷ  ଅଭିଷେକ ପଟ୍ଟନାୟକ, ଶିକ୍ଷାବିତ୍ କାଲିଚରଣ ମହାନ୍ତି, ଆଇନଜୀବୀ ପଙ୍କଜ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ରାଇରଙ୍ଗପୁର ଠାରେ ଶିଳ୍ପ ପ୍ରତିଷ୍ଟା, କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ, ପୁଲିସ ଜିଲ୍ଲା ତଥା ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବାର ଉନ୍ନତୀକରଣ ପାଇଁ ସହାନୁଭୂତି ପୂର୍ବକ ବିଚାର ଆଲୋଚନା କରିଥିଲେ ଏବଂ ମୟୂରଭଞ୍ଜ ଜିଲାର ଦୀର୍ଘବର୍ଷର ରେଳଲାଇନ ସଂଯୋଗୀକରଣର ଭିତ୍ତିପ୍ରସ୍ତର ସ୍ଥାପନା କରୁଥିବାରୁ ଜିଲାବାସୀଙ୍କ ତରଫରୁ ମହାମହିମ ଦ୍ରୗପଦୀ ମୁର୍ମୁଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe