ଅବ୍ୟବସ୍ଥା ଘେରରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ: ନବ ନିର୍ମିତ ପାଇଖାନା ଟାଙ୍କି ଫାଟି ଭାସୁଛି ମଇଳା

Advertisment
ଅବ୍ୟବସ୍ଥା ଘେରରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ: ନବ ନିର୍ମିତ ପାଇଖାନା ଟାଙ୍କି ଫାଟି ଭାସୁଛି ମଇଳା

ରାଇରଙ୍ଗପୁର: ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ହେଉଛି ମୟୂରଭଂଜ ଜିଲ୍ଲାର ଦ୍ୱିତୀୟ ବୃତମ ଡାକ୍ତରଖାନା। ପୂର୍ବରୁ ଉକ୍ତ ଡାକ୍ତରଖାନା ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ମଧ୍ୟ ହୋଇଛି। ଜନସାଧାରଣଙ୍କ ଅତି ଜରୁରୀ ଥିବା ସ୍ୱାସ୍ଥ ସେବା ହିଁ ଅବ୍ୟବସ୍ଥା ଘେରରେ ରହୁଥିବା ଅଭିଯୋଗ ହେଉଛି। ତେବେ ବର୍ତମାନ ଉକ୍ତ ସ୍ୱାସ୍ଥକେନ୍ଦ୍ର ଅବ୍ୟବସ୍ଥା ଘେରରେ ଚାଲିଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଡାକ୍ତରଖାନରେ ପ୍ରସୂତି ରୋଗ ବିଶେଷଜ୍ଞ ଥାଇ ମଧ୍ୟ ୭୦ ପ୍ରତିଶତ ପ୍ରସୂତି ମହିଳାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି । ଫଳରେ ପ୍ରସୂତି ଓ ତାଙ୍କ ପରିବାର ଲୋକେ ଅଧିକ ହୋଇରାଣ ହେବା ସହିତ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହା ବ୍ୟତୀତ ଡ୍ୟୁଟି ସମୟରେ ମଧ୍ୟ ଡାକ୍ତରଖାନାର ଡାକ୍ତରମାନେ ନିଜ କ୍ଲିନିକ ଓ ବସାରେ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି।

publive-image

କେବଳ ଡାକ୍ତରଖାନାକୁ ଭାଙ୍ଗି ବର୍ଷକୁ ଦୁଇଦୁଇ ଥର ପୁନଃ ନିର୍ମାଣ କରି ରଙ୍ଗ ମାରି ଚକାଚକ୍ କରାଯାଉଛି। ହେଲେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯାଉ ନାହିଁ । ଅଧିକାଂଶ ରୋଗୀଙ୍କୁ ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଛି। ଗତ ୪ ସେପ୍ଟେମ୍ବରରେ ଆମର ରାଜ୍ୟର ସ୍କୁଲ୍ ଓ ଗଣ ଶିକ୍ଷାମନ୍ତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ରାଇରଙ୍ଗପୁର ଗସ୍ତରେ ଆସି ରାଇରଙ୍ଗପୁର ମେଡିକାଲର ଆଇପିଡି ଗୃହ ଉଦଘାଟନ କରିଥିଲେ। ଉପଖଣ୍ଡବାସୀ ଖୁସିହେଲେ ଯେ ବର୍ତମାନ ରୋଗୀଙ୍କୁ ନୂତନ ଆଇପିଡି ଗୃହରେ ଉତ୍ତମ ଚିକିତ୍ସା ମିଳିବ। ଆଉ ଚଟଣାରେ ଶୋଇ ଚିକିତ୍ସିତ ହେବାକୁ ପଡିବ ନାହିଁ । କିନ୍ତୁ ଉଦଘାଟନ ହେବାର ସପ୍ତାହେ ନହେଉଣୁ ନୂତନ ଗୃହରେ ପ୍ରାୟ ୭୦ ପ୍ରତିଶତ ରୋଗୀ ଶଯ୍ୟା ବଦଳରେ ଚଟାଣରେ ଶୋଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳୁଛି।

publive-image

ନୂତନ ଆଇପିଡି ଗୃହ ନିର୍ମାଣ କରାଗଲା କିନ୍ତୁ ଶୌଚାଳୟର ଅଧିକାଂଶ ଟାଙ୍କି ପୁରୁଣା ରହିଛି । ପୁରୁଣା ପାଇଖାନା ଟାଙ୍କି ଥିବାରୁ ସେଗୁଡିକ କିଛି ସ୍ଥାନରେ ଫାଟି ଯାଇଛି। ଫଳରେ ଫଟା ଟାଙ୍କିରୁ ମଳ ଓ ମୂତ୍ର ବାହାରକୁ ବାହାରି ଅସ୍ୱାସ୍ଥକର ପରିବେଶ ସୃଷ୍ଟି ହେଉଛି। ଚଟାଣରେ ପଡୁଥିବା ମଳକୁ ରୋଗୀ ଓ ସମ୍ପର୍କୀୟମାନେ ମାଡ଼ି ହସ୍ପିଟାଲ୍ ଭିତରକୁ ପ୍ରବେଶ କରିଥାନ୍ତି। ଏହା ବ୍ୟତିତ ହସ୍ପିଟାଲର କିଛି ପାଇଖାନାକୁ ସଫା କରାଯାଉନଥିବାରୁ ଅପରିଷ୍କାର ହୋଇ ପଡିରହିଛି। ଫଳରେ ରୋଗୀ ଓ ସମ୍ପର୍କୀୟ ମାନେମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ ହସ୍ପିଟାଲର ଦୂରାବସ୍ଥା କେବେ ସୁଧୁରିବ ତାହା ଦେଖିବାକୁ ବାକି ରହିଲା। ଏଣୁ ଉପଖଣ୍ଡ ଚିକିତ୍ସାଳୟରେ ମିଳୁଥିବା ସମସ୍ତ ସୁବିଧା ଯୋଗାଇ ଦିଆଯାଉ ବୋଲି ଉପଖଣ୍ଡବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe