ରାଇରଙ୍ଗପୁର: ରାଇରଙ୍ଗପୁରସ୍ଥ ହାଟବନ୍ଧଠାରେ ରାଇରଙ୍ଗପୁର ପୋଷ୍ଟାଲ୍ ଡିଭିଜନ ପକ୍ଷରୁ ଭିନ୍ନ ପ୍ରକାର ଖୋଲା ଆକାଶ ତଳେ ମୁକ୍ତାକାଶ ସୁଭଦ୍ରା ଦେୟ ଶିବିର ଆୟୋଜନ କରାଯାଇଛି । ବୁଧବାର ପୂର୍ବାହ୍ନ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଏହି କାର୍ଯକ୍ରମ ଚାଲିଥିଲା ।
ମୁକ୍ତାକାଶ ଶିବିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଇ ଏବଂ ଭାଉଜ ମଧ୍ୟ ସାମିଲ ହୋଇ ନିଜ ନିଜ ଆକାଉଣ୍ଟ ଖୋଲିଥିଲେ। ଏତତ୍ ବ୍ୟତୀତ ମୟୂରଭଞ୍ଜ ସାଂସଦଙ୍କ ବିଧବା ଭାଉଜ ହୀରାମଣି ମାରାଣ୍ଡି ମଧ୍ୟ ନିଜ ସୁଭଦ୍ରା ପ୍ରାପ୍ୟ ଗ୍ରହଣ କରିଥିଲେ।
ଅଧିକ ପଢ଼ନ୍ତୁ: ଶୂନ ଦୁର୍ଘଟଣା ଲକ୍ଷ୍ୟ: ୩୦ ଦିନିଆ ନୂତନ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହେବ
କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନର ସୁପରିଟେଣ୍ଡେଣ୍ଟ ଗୌରାଙ୍ଗ ବେହେରା, ଆଇପିବିଏମ ମ୍ୟାନେଜର ଜଗଜିତ ମହାନ୍ତ,ଅତିରିକ୍ତ ସୁପରିଟେଣ୍ଡେଣ୍ଟ ଟିକିନ କୁମାର ଦେବତା ,ରାଇରଙ୍ଗପୁର ପୋଷ୍ଟମାଷ୍ଟର ରାମେଶ୍ବର ହେମ୍ବ୍ରମ ,ବେଣୁଧର ମଣ୍ଡଳ ଡିଓ ,ଭୁବନେଶ୍ୱର ସୁରେନ୍ଦ୍ର କୁମାର ଡିପିଏମ,ବିଷ୍ଣୁ ଚରଣ ନାୟକ,ରଜତ କୁମାର ନାୟକ, ଆଇପିବିଏମର ସସ୍ମିତା ନାୟକ, ଲହିତ୍ ମହାନ୍ତ,ମୃତ୍ୟୁଞ୍ଜୟ ମହାପାତ୍ର,ବାପୁନ୍ ସୋରେନ,ସେକ ମହସିନ ହୁସେନ ଧରିତ୍ରୀ ମୁର୍ମୁଙ୍କ ସମେତ ରାଇରଙ୍ଗପୁର ପୋଷ୍ଟ ଫୋରମ୍ର ସକ୍ରିୟ ସଦସ୍ୟ ତଥା ସମାଜ ସେବୀ ସୁରଥ କୁମାର ପଟ୍ଟନାୟକ, ଆଇନଜୀବୀ ସୁଧାଂଶୁ ମହାନ୍ତ,ରଞ୍ଜିତା ମହାନ୍ତ ତଥା ବିଜେପି ଜିଲ୍ଲା ନାରୀନେତ୍ରୀ ସୋନାଲି ବିଜୟଲକ୍ଷ୍ମୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ: ବିଏଲଏ କବଳରୁ ମୁକ୍ତ ହୋଇଥିବା ଯାତ୍ରୀ ବଖାଣିଲେ ଆଖି ସାମ୍ନାରେ ଦେଖିଥିବା ବର୍ବରତାର ଦୃଶ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/03/12/JlJPFu3KObPrCxFbS8V4.jpg)