ସିବିଆଇ ଜାଲରେ ରାଇରଙ୍ଗପୁର ପୋଷ୍ଟାଲ୍ ଇନ୍ସପେକ୍ଟର

Advertisment
ପୋଷ୍ଟ ଅଫିସରେ ୯୩ ଲକ୍ଷ ଟଙ୍କାର ଘୋଟାଲା, ମାଲକାନଗିରିରେ ସିବିଆଇ ଚଢ଼ଉ

Image Source: Zee News

ରାଇରଙ୍ଗପୁର/ଭୁବନେଶ୍ବର: ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଷ୍ଟାଲ୍ ଇନ୍ସପେକ୍ଟର ସଂଜିତ କୁମାର ବେହେରା। ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ସମୟରେ ରାଇରଙ୍ଗପୁର ମୁଖ୍ୟ ଡାକଘର ପରିସରରେ ଇନ୍ସପେକ୍ଟର ଶ୍ରୀ ବେହେରା ଶୁକ୍ରୁଳି ବ୍ଲକ ଝାରଘୋଷଡ଼ା ବ୍ରାଞ୍ଚ ପୋଷ୍ଟମାଷ୍ଟର ସୁକାନ୍ତ ମହାକୁଡ଼ଙ୍କ ପାଖରୁ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବରରୁ ଆସିଥିବା ସିବିଆଇ ଟିମ୍ ତାଙ୍କୁ ଧରିଥିଲା। ଶ୍ରୀ ବେହେରା ରାଇରଙ୍ଗପୁର ଓ କରଞ୍ଜିଆ ଉପଖଣ୍ଡରେ ଥିବା ସମସ୍ତ ପୋଷ୍ଟାଲ୍ ଶାଖାର ଆକାଉଣ୍ଟ ତଦାରଖ ଦାୟିତ୍ବରେ ଥିଲେ। ବ୍ରାଞ୍ଚଗୁଡ଼ିକରୁ ସେ ଲାଞ୍ଚ ନେଉଥିବା ସଂପର୍କରେ ସିବିଆଇ ନିକଟରେ ପୂର୍ବରୁ ସୂଚନା ରହିଥିଲା। ଏ ସଂକ୍ରାନ୍ତରେ ସିବିଆଇ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ଝାରଘୋଷଡ଼ା ପୋଷ୍ଟମାଷ୍ଟର ଶ୍ରୀ ମହାକୁଡ଼ଙ୍କ ପୁରୁଣା ବକେୟା ସବୁ ପାସ୍ କରିବା ବାବଦରେ ଇନ୍ସପେକ୍ଟର ଶ୍ରୀ ବେହେରା ପୂର୍ବରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରୀ ମହାକୁଡ଼ ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟରେ ଜଣାଇବା ପରେ ଗତକାଲି ଭୁବନେଶ୍ବରରୁ ୧୨ ଜଣିଆ ସିବିଆଇ ଟିମ୍ ଆସି ରାଇରଙ୍ଗପୁରରେ ଡେରା ପକାଇଥିଲା। ଆଜି ଅପରାହ୍ନରେ ପୋଷ୍ଟାଲ୍ ଇନ୍ସପେକ୍ଟର ଶ୍ରୀ ବେହେରା ଓ ପୋଷ୍ଟମାଷ୍ଟର ଶ୍ରୀ ମହାକୁଡ଼ଙ୍କ ମଧ୍ୟରେ ମୂଲଚାଲ ପରେ ୧୫ ହଜାର ଟଙ୍କାରେ କଥା ଛିଡ଼ିଥିଲା। ଶ୍ରୀ ବେହେରା ଲାଞ୍ଚ ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସିବିଆଇ ଟିମ୍ ତାଙ୍କୁ ଧରିଥିଲା। ସିବିଆଇ ଟିମ୍‌ ଶ୍ରୀ ବେହେରାଙ୍କ ଇଚିଣ୍ଡାସ୍ଥିତ ଶ୍ବଶୁର ଘର ଓ କୁସୁମୀ ବ୍ଲକ୍‌ରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ଉ କରିଛି। ଖବର ଲେଖାଯିବା ବେଳକୁ ସିବିଆଇ ଏସ୍‌ପି ପ୍ରମୋଦ କୁମାର ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଡିଏସ୍‌ପି ପ୍ରଫୁଲ୍ଲ ମିଶ୍ର ଓ ଇନ୍ସପେକ୍ଟର ସୁବାସ ଚନ୍ଦ୍ରଙ୍କ ନେତୃତ୍ବରେ ୧୨ ଜଣିଆ ଟିମ୍ ଚଢ଼ଉ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe