ପୁରୀ ଯାତ୍ରା ହେଲା ‌ଶେଷଯାତ୍ରା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଇରଂଗପୁର ଏସ୍‌ଡିଜେଏମ୍‌ଙ୍କ ମୃତ୍ୟୁ

ପୁରୀ ଯାତ୍ରା ହେଲା ‌ଶେଷଯାତ୍ରା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଇରଂଗପୁର ଏସ୍‌ଡିଜେଏମ୍‌ଙ୍କ ମୃତ୍ୟୁ

ରାଇରଂଗପୁର/ବ୍ରହ୍ମଗିରି: ରାତି ପାହିଲେ ଶ୍ରୀକ୍ଷେତ୍ରରେ ରଥଯାତ୍ରା। ମହାପ୍ରଭୁଙ୍କ ଏହି ଭବ୍ୟ ଯାତ୍ରାରେ ସାମିଲ ହେବାକୁ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ରାଇରଂଗପୁର ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନ। ୪୯ ନମ୍ବର ଜାତୀୟ ରାଜପଥର ଚାଇଁନେବଦା ଛକ ନିକଟରେ ଏସ୍‌ଡିଜେଏମ୍‌ଙ୍କ କାର ( ଓଡି ୦୨-ବିଡି-୫୮୭୭) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ସମୟରେ କାର୍‌ଟି ଦ୍ରୁତଗତିରେ ଯାଉଥିଲା ଏବଂ ଏହା ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ରାଇରଂଗପୁର ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନ ଆଜି ଅପରାହ୍ନ ସମୟରେ ସ୍ବାମୀଙ୍କ ସହ ପୁରୀ ରଥଯାତ୍ରା ଦେଖିବାକୁ ଯାଉଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ଚାଇନେଁବଦା ଛକ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲେ। ଦ୍ରୁତଗାମୀ କାର୍‌ ନିୟନ୍ତ୍ରଣ ହରାଇବାରୁ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଏଥିରେ ଉଭୟ ସ୍ବାମୀ-ସ୍ତ୍ରୀ ଗୁରୁତର ହୋଇଥିଲେ। ଉଭୟଙ୍କୁ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନଙ୍କୁ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ। ଏସ୍‌ଡିଜେଏମ୍‌ଙ୍କ ସ୍ବାମୀଙ୍କ ଚିକିତ୍ସା ଜାରି ରହିଛି।

publive-image

ସୂଚନାଯୋଗ୍ୟ, କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବରହମପୁର ପଞ୍ଚାୟତ ପରଳା ଗାଁରେ ସ୍ମରଣିକା ପ୍ରଧାନଙ୍କ ବାପଘର। ସେ ଏହି ବ୍ଲକ ଅନ୍ତର୍ଗତ ଚିଲିକା ନୂଆପଡ଼ା ଅଁଳାକୁଦା ଗାଁରେ ବିଶ୍ବରଂଜନ ଜେନାଙ୍କୁ ବିବାହ କରିଥିଲେ। ପରଳା ଗାଁରେ ଏବେ ଦୁଇ ଦିନ ହେଲା ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଚାଲିଛି। ଏହି ୫ ଦିନିଆ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ସେ ସ୍ବାମୀଙ୍କ ସହିତ ଗାଁକୁ ଆସୁଥିଲେ। ସେହିପରି ଉଭୟ ସ୍ବାମୀ-ସ୍ତ୍ରୀ ଜୁନ୍‌ ୧ ତାରିଖରେ ପୁରୀ ଯାଇ ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe