ସମ୍ବାଦ ପ୍ରଭାବ: ରାଇରଙ୍ଗପୁର ଆଶ୍ରୟ ଗୃହ ଖୋଲିଲା, ୬ ଜଣଙ୍କୁ ମିଳିଲା ଆଶ୍ରୟ

Advertisment
ସମ୍ବାଦ ପ୍ରଭାବ: ରାଇରଙ୍ଗପୁର ଆଶ୍ରୟ ଗୃହ ଖୋଲିଲା, ୬ ଜଣଙ୍କୁ ମିଳିଲା ଆଶ୍ରୟ

ରାଇରଙ୍ଗପୁର: ଗତ ଅଗଷ୍ଟ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ରାଇରଙ୍ଗପୁର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ। ତେବେ ସେଥି ମଧ୍ୟରୁ ଅସହାୟମାନଙ୍କ ନିମନ୍ତେ ରାଇରଙ୍ଗପୁରସ୍ଥତ ୬ ନଂ ୱାର୍ଡରେ ଆଶ୍ରୟସ୍ଥଳୀ ଉଦଘାଟନ କରିଥିଲେ। ଏହି ଆଶ୍ରୟସ୍ଥଳୀ ଉଦଘାଟନ ହେବାର ୧୦ ମାସ ପରେ ମଧ୍ୟ ଗୃହରେ ତାଲା ଝୁଲୁଥିଲା। ଫଳରେ ଅସହାୟମାନେ ସହରର ବିଭିନ୍ନ ସ୍ଥାନର ଦୋକାନ ଛପର ତଳ, ଗଛ ମୂଳ, ଯାତ୍ରୀ ପ୍ରତିକ୍ଷାଳୟରେ ଶୀତ କାକର, ଖରା, ବର୍ଷାରେ ରହି ଜୀବନ ବିତାଉଥିଲେ। ଇତି ମଧ୍ୟରେ କିଛି ଅସହାୟଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା।

ଏନେଇ ଦୈନିକ ‘ସମ୍ବାଦ’ରେ “ରାଇରଙ୍ଗପୁରରେ ଆଶ୍ରୟ ଗୃହ  କାହା ଉଦେଶ୍ୟରେ” ଖବର ପ୍ରକାଶ ପାଇଥିଲା। ଏହା ପରେ ପୌରପରିଷଦ ତତ୍ପରତା ଦେଖାଇ ଆଶ୍ରୟସ୍ଥଳୀରେ ବିଦ୍ୟୁତ, ପାଣି ସଂଯୋଗ ସମେତ ୫୦ ଟି ଶଯ୍ୟାର ବ୍ୟବସ୍ଥା କରିଛି। ବର୍ତ୍ତମାନ ଉକ୍ତ ଆଶ୍ରୟସ୍ଥଳୀରେ ସୁରକ୍ଷା କର୍ମୀଙ୍କ ସମେତ ୮ ଜଣ ପୁରୁଷ ଓ ମହିଳା କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ଉକ୍ତ ଆଶ୍ରୟସ୍ଥଳରେ ୬ ଜଣ ଅସହାୟ ବୃଦ୍ଧବୃଦ୍ଧା ରହୁଥିବା ସୂଚନା ମିଳିଛି। ତେବେ ଖବର ପ୍ରକାଶ ପରେ ଉକ୍ତ ଆଶ୍ରୟସ୍ଥଳୀ ଖୋଲା ହୋଇଥିବାରୁ ସମ୍ବାଦକୁ ଅସହାୟ ମାନେ ଧନ୍ୟବାଦ ଜଣାଇଛନ୍ତି। ତେବେ କୌଣସି ସ୍ଥାନରେ କେହି ଅସହାୟ ଅବସ୍ଥାରେ ରହୁଥିଲେ ତାଙ୍କୁ ଆଶ୍ରୟସ୍ଥଳରେ ଛାଡିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe