ରାଜ କୁମାର ଶର୍ମା ହେଲେ ରାଜସ୍ବ ପର୍ଷଦ ସଦସ୍ୟ

Advertisment

ବରିଷ୍ଠ ଆଇଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ

ବରିଷ୍ଠ ଆଇଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ

ନୂତନ ରାଜସ୍ବ ପର୍ଷଦ ସଦସ୍ୟଙ୍କ ଦାୟିତ୍ବ ଗ୍ରହଣ

Indian Bureaucracy

ଭୁବନେଶ୍ବର : ଅକ୍ଟୋବର ୩୧ରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଜିଭିଭି ଶର୍ମା ଏବଂ ମଧୁସୂଦନ ପାଢ଼ୀ ଅବସର ନେବାକୁ ଯାଉଥିବାରୁ ରାଜ୍ୟ ସରକାର ଆଜି ଆଇଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜସ୍ବ ପର୍ଷଦ ସଦସ୍ୟ ଜିଭିଭି ଶର୍ମା ଅକ୍ଟୋବର ୩୧ରେ ଅବସର ନେବାକୁ ଥିବାରୁ ରାଜ୍ୟ ସରକାର ଏହି ପଦବିରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି, ତାଲିମ୍ ସଂଯୋଜକ ରାଜ କୁମାର ଶର୍ମାଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବରିଷ୍ଠ ଆଇଏଏସ୍‌ ସଂଜୀବ ଚୋପ୍ରା ଅକ୍ଟୋବର ୩୧ରୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଉଥିବାରୁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଯୋଜନା ଓ ସମନ୍ବୟ ବିଭାଗର ସଚିବ ପ୍ରଦୀପ କୁମାର ଜେନାଙ୍କୁ କୃଷି ଉତ୍ପାଦନ କମିସନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ପୂର୍ବଭଳି ସ୍ବତନ୍ତ୍ର ରିଲିଫ କମିସନର, ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବରେ ରହିବେ। ଏହାସହ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ମଧ୍ୟ ପୂର୍ବଭଳି ଓଏମ୍‌ସି, ଓଏମ୍‌ଇସିଏଲ୍‌ ଏବଂ ଇଡକଲ୍‌ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।

ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଆସନ୍ତା ୩୧ତାରିଖରେ ଅବସର ନେଉଥିବାରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ମଧ୍ୟ ପୂର୍ବଭଳି ଓଏସ୍‌ଏସ୍‌ଏସ୍‌ସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ରୂପାରୋଶନ ସାହୁଙ୍କୁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ମଧ୍ୟ ପୂର୍ବଭଳି ଟିଇ ଏବଂ ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ, ଇଂରାଜୀ ଭାଷା ତାଲିମ୍‌ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe