କୋର୍ଟରେ ହାଜର ହେଲେ ରାଜା ଚକ୍ର: ‘ରାଜ୍ୟ ବିଜେପି ମୁଖ୍ୟଙ୍କ ଆକାଉଣ୍ଟ୍‌କୁ ଯାଇଛି କୋଟିଏ’

Advertisment

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସି ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବିଜେଡି ନେତା ରାଜା ଚକ୍ରଙ୍କୁ ଆଜି ପୂର୍ବାହ୍‌ଣରେ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରାଯାଇଛି।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସି ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବିଜେଡି ନେତା ରାଜା ଚକ୍ରଙ୍କୁ ଆଜି ପୂର୍ବାହ୍‌ଣରେ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରାଯାଇଛି।

sdsxcxcd

ବାଲେଶ୍ବର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍‌ସି ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବିଜେଡି ନେତା ରାଜା ଚକ୍ରଙ୍କୁ ଆଜି ପୂର୍ବାହ୍‌ଣରେ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରାଯାଇଛି। ଉଭୟ ପକ୍ଷ ଓକିଲଙ୍କ ଯୁକ୍ତି ପରେ ଜାମିନ ଉପରେ ଶୁଣାଣି କରାଯାଇଥିଲା। ତେବେ ଏହାପରେ ରାଜାଙ୍କ ଓକିଲ ଆଜି ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇ ବଡ଼ଧରଣର ବିବାଦ ସୃଷ୍ଟି କରିଛନ୍ତି। ରାଜା ଚକ୍ରଙ୍କ ଓକିଲ ସୁଧାଂଶୁ ଦ୍ବିବେଦୀ ଗଣମାଧ୍ୟମକୁ କହିଛନ୍ତି,  ଆଜି ଉଭୟ ପକ୍ଷ ଓକିଲଙ୍କ ଯୁକ୍ତି ପରେ ଜାମିନ ଉପରେ ଶୁଣାଣି ହେବାର ଥିଲା। ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଥିବା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ କୋଅପରେଟିଭ୍‌ ସୋସାଇଟିର ୨୦୨୨-୨୪ ମସିହା ରିଜୋଲ୍ୟୁସନ ବୁକ୍‌ ଓ ୨୦୨୧-୨୨ର ସ୍ପେସାଲ ଅଡିଟ୍‌ ରିପୋର୍ଟ ଦାଖଲ ପାଇଁ ସେ ଦାବି କରିଥିଲେ। ମାତ୍ର, ତଦନ୍ତକାରୀ ଅଧିକାରୀ ଏହା ଦାଖଲ କରି ପାରିନଥିଲେ। ଏହାସହ ବିନା ସର୍ଚ୍ଚ ୱାରେଣ୍ଟରେ ରାଜା ଚକ୍ରଙ୍କ ୪୮ଟି ଗାଡ଼ି ଓ ଯନ୍ତ୍ରାଂଶକୁ ଜବତ କରାଯାଇଛି। ତେବେ ଜବତ ତାଲିକା ଏଯାଏଁ ଦିଆଯାଇ ନଥିବାରୁ ସେ ଆପତ୍ତି ଜଣାଇଥିଲେ। 

ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଲେ ରାଜାଙ୍କ ଓକିଲ

ରାଜା ଚକ୍ରଙ୍କ ଓକିଲ ଗଣମାଧ୍ୟମକୁ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ ଜୁନ୍‌ ୧୨ରେ ରାଜ୍ୟରେ ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଥିଲା। ଉକ୍ତ ଶପଥ ଗ୍ରହଣ ଉତ୍ସବ ପାଇଁ ୨୦୨୪ ଜୁନ୍‌ ୭ରେ ଗନ୍ଧମାଦ୍ଦର୍ନ ସୋସାଇଟି କର୍ତ୍ତୃପକ୍ଷଙ୍କୁ ୧୪ ଲକ୍ଷ ଟଙ୍କା ମଗାଯାଇଥିଲା। ଟଙ୍କା ନଦେଲେ ଅଫିସ ବନ୍ଦ କରି ଦିଆଯିବ ବୋଲି ଧମକ ଦିଆଯାଇଥିଲା। ଏହାପରେ ସୋସାଇଟି କର୍ତ୍ତୃପକ୍ଷ ରିଜୋଲ୍ୟୁସନ୍‌ କରି ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍‌ ମାଧ୍ୟମରେ ୧୪ ଲକ୍ଷ ଟଙ୍କା ଦେଇଥିଲେ। ଏହାସହ ଶପଥ ଗ୍ରହଣ ଉତ୍ସବ ପରେ କେନ୍ଦୁଝରର ୨ ବିଜେପି ନେତା ଅଞ୍ଜନ୍‌ ବେଜ ଓ ସୁଶାନ୍ତ ବାରିକ, ସୋସାଇଟି କର୍ତ୍ତୃପକ୍ଷଙ୍କୁ ପୁଣିଥରେ ବିଜେପି ରାଜ୍ୟ ମୁଖ୍ୟଙ୍କୁ ଟଙ୍କା ଦେବାକୁ ଦାବି କରିଥିଲେ। ସେମାନଙ୍କ ଦାବି ମୁତାବକ ୨୦୨୪ ଜୁଲାଇ ୪ରେ ଆଉ ଏକ ରିଜୋଲ୍ୟୁସନ କରାଯାଇ ବିଜେପି ରାଜ୍ୟ ମୁଖ୍ୟଙ୍କ ନାମରେ ୧ କୋଟି ୩ ଲକ୍ଷ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ବିଜେପି ରାଜ୍ୟ ମୁଖ୍ୟଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ୫୩ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୫୦ ଲକ୍ଷ ଟଙ୍କା ଆର୍‌ଟିଜିଏସ୍‌ ମାଧ୍ୟମରେ ଓ ୧୫ଲକ୍ଷ ଟଙ୍କା ସ୍ଥାନୀୟ ପ୍ରତିନିଧିଙ୍କୁ ଦିଆଯାଇଥିବା ଶ୍ରୀ ଦ୍ବିବେଦୀ କହିଛନ୍ତି। ଏ ନେଇ ବିଜେପି ରାଜ୍ୟ ସଭାପତିଙ୍କୁ ଯୋଗାଯୋଗ ଉଦ୍ୟମ ହୋଇଥିଲେ ବି ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe