କୋଇଡ଼ାରେ ଖୋଲୁଛି ରାଜା ଚକ୍ର କେଳେଙ୍କାରୀ: ଆଉ ୧୦ ହାଇୱା ଜବତ କଲା ଇଓଡବ୍ଲ୍ୟୁ

Advertisment

ସୌମ୍ୟଶଙ୍କର ଚକ୍ର (ରାଜା ଚକ୍ର)ଙ୍କ ଲୋଡିଂ ଏଜେନ୍‌ସି ଦ୍ୱାରା କୋଟି କୋଟି ଟଙ୍କା ଦୁର୍ନୀତି ସାମ୍ନାକୁ ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହାର ଚଢ଼ଉ ଜାରି ରଖିଛି।

ସୌମ୍ୟଶଙ୍କର ଚକ୍ର (ରାଜା ଚକ୍ର)ଙ୍କ ଲୋଡିଂ ଏଜେନ୍‌ସି ଦ୍ୱାରା କୋଟି କୋଟି ଟଙ୍କା ଦୁର୍ନୀତି ସାମ୍ନାକୁ ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହାର ଚଢ଼ଉ ଜାରି ରଖିଛି।

sdsdsdxc

କୋଇଡ଼ା: ସୌମ୍ୟଶଙ୍କର ଚକ୍ର (ରାଜା ଚକ୍ର)ଙ୍କ ଲୋଡିଂ ଏଜେନ୍‌ସି ଦ୍ୱାରା କୋଟି କୋଟି ଟଙ୍କା ଦୁର୍ନୀତି ସାମ୍ନାକୁ ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହାର ଚଢ଼ଉ ଜାରି ରଖିଛି। ରାଜା ଚକ୍ରଙ୍କ ବେନାମୀ କାରବାରକୁ ନେଇ ଇଓଡବ୍ଲ୍ୟୁ ଭୁବନେଶ୍ୱରରେ ଗତ ଫେବ୍ରୁଆରି ୭ ତାରିଖରେ ୩ ନମ୍ବର ମାମଲା ରୁଜୁ କରିଥିଲା। ମାମଲା ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବାବେଳେ ମଙ୍ଗଳବାର ଇଓଡବ୍ଲ୍ୟୁ ଟିମ୍‌ କୋଇଡ଼ା ଖଣି ମଣ୍ଡଳର ଟେନସା କର୍ପ ରିସୋର୍ସେସ ଲୌହଖଣିରେ ଚଢ଼ଉ କରି ୧୦ଟି ହାଇୱା ଗାଡ଼ି ଜବତ କରିଥିବା ସୂଚନା ମିଳିଛି।

ଗତ ସପ୍ତାହରେ ମଧ୍ୟ ୧୦ଟି ହାଇୱା ଜବତ କରି କୋଇଡ଼ା ପୁଲିସକୁ ହସ୍ତାନ୍ତର କରିଥିଲା ଇଓଡବ୍ଲ୍ୟୁ। ଜବତ ଗାଡ଼ି ମେସର୍ସ ଶଙ୍କର ମିନେରାଲସ ଓ ଦିବ୍ୟାନ୍‌ସି ଆସୋସିଏଟ୍‌ସ ନାମରେ ରହିଥିବାବେଳେ ଏହି ସଂସ୍ଥାର ମାଲିକ ସୌମ୍ୟଶଙ୍କର ଚକ୍ର (ରାଜା ଚକ୍ର) ଓ ଜ୍ୟୋତି ରଞ୍ଜନ ମିଶ୍ର ବୋଲି ଜଣାପଡ଼ିଛି। ଆଜି ଇଓଡବ୍ଲ୍ୟୁର ଦୁଇ ଜଣିଆ ଟିମ୍ କୋଇଡ଼ାର ବିଭିନ୍ନ ଖଣି ଓ ପରିବହନ ସଂସ୍ଥାକୁ ଯାଇ ପଚାରଉଚରା କରୁଥିବାବେଳେ ଆହୁରି ଖୋଳତାଡ଼ ଜାରି ରଖିଛନ୍ତି। ଅନ୍ୟପଟେ ରାଜା ଚକ୍ର କଳା ସାମ୍ରାଜ୍ୟ ଲିଙ୍କ୍‌ରେ ବହୁ ବଡ଼ ଅଧିକାରୀ, ନେତା, ଟ୍ରାନ୍‌ସପୋର୍ଟର ରହିଥିବା କୋଇଡ଼ା ଅଞ୍ଚଳରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe