ଇଟାପୋଖରୀରେ ରଜପର୍ବ; ମାଟି ତଳ ଦୋଳି ଆକର୍ଷଣର କେନ୍ଦ୍ର

Advertisment
ଇଟାପୋଖରୀରେ ରଜପର୍ବ; ମାଟି ତଳ ଦୋଳି ଆକର୍ଷଣର କେନ୍ଦ୍ର

କେନ୍ଦୁଝର : କେନ୍ଦୁଝର କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ରଜପର୍ବ ମଧ୍ୟ ଏକ କୃଷିଭିତ୍ତିକ ପର୍ବ ଅଟେ।  ତେଣୁ ଏହି ପର୍ବକୁ କେନ୍ଦୁଝର ଜିଲ୍ଲାର ପୁରପଲ୍ଲୀରେ ବହୁ ଜାକଜମକରେ ପାଳନ କରାଯାଇଥାଏ। କରୋନା ପାଇଁ ଗତ ୨ ବର୍ଷ ରଜ ପର୍ବ ମଳିନ ପଡ଼ିଥିବା ବେଳେ ଚଳିତ ବର୍ଷ ବହୁ ଜାକଜମକରେ ପାଳନ ହେଉଛି। ସାରା ଜିଲ୍ଳାରେ ବିଭିନ୍ନ ସ୍ଥାନରେ ଦୋଳି, ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବାଂଶପାଳ ବ୍ଲକ୍‌ ଫୁଲଝର ପଞ୍ଚାୟତ ଇଟାପୋଖରୀ ଗ୍ରାମରେ ମାଟିତଳେ ହୋଇଥିବା ଚକ୍ରି ଦୋଳି ବହୁ ଚର୍ଚ୍ଚାରେ ରହିଛି। ଆଉ ଏହି ଦୋଳିରେ ଖେଳିବା ପାଇଁ ହଜାର ହାଜର ସଂଖ୍ୟାରେ ଲୋକଙ୍କ ଭିଡ଼ ହେଉଛି । ସାଧାରଣ ଦୋଳି ଦୁଇ ଖୁଣ୍ଟରେ ତିଆରି ହୋଇଥାଏ। ତେବେ ଏଠାରେ ମାଟିକୁ ମେସିନରେ ଖୋଲି ବିରାଟ ବଡ଼ ଗାତ କରାଯାଇଛି ।

ଆଉ ତାହାରି ମଧ୍ୟରେ ଦୋଳିକୁ ଅଭିନବ ଉପାୟରେ ବସାଯାଇଛି । ତେଣୁ ଏହି ଦୋଳିରେ ଖେଳିବାର ନିଆରା ମଜା ଥିବା ବେଳେ ଏହାକୁ ଦେଖିବା ପାଇଁ ମଧ୍ୟ ପ୍ରବଳ ଗହଳି ହେଉଛି । ଆଜି ଦ୍ବିତୀୟ ରଜ ଅବସରରେ ଏଠାରେ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଥିଲା।  ଫଳରେ ଲୋକଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ରଜପର୍ବ ଆୟୋଜକ କମିଟିକୁ ନୟାନ୍ତ ହେବାକୁ ପଡ଼ିଥିଲା। ଏପରି ଭିଡ଼ ହେଲା ଯେ କାଳେ କିଏ ସେହି ଦୋଳି ଗାତରେ ପଡିଯିବାର ଆଶଙ୍କା ରହିଲା।  ତେଣୁ ଦୋଳିର ଚାରିପଟକୁ ବାଉଁଶରେ ବାରିକେଡ କରିବାକୁ ପଡିଥିଲା । ଲୋକଙ୍କ ଗହଳିକୁ ଲକ୍ଷ୍ୟ ରଖି ସେଠାରେ ଅନ୍ୟାନ୍ୟ ବିଭିନ୍ନ କ୍ରାର ବହୁ ଦୋଳି ଲଗାଯାଇଛି । ଲୋକମାନେ ସେହି ଦୋଳିର ମଧ୍ୟ ମଜା ଉଠାଉଥିବାର ଦେଖିବାକୁ ମିଳୁଥିଲା। ହେଲେ ସମସ୍ତଙ୍କ ମନରେ ଏହି ମାଟିତଳ ଦୋଳିରେ ଖେଳିବାକୁ ଟିକିଏ ଇଚ୍ଛାଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନଥିଲା । ତେବେ ଏଠାରେ ରଜପର୍ବ ଆଉ ୫ ଦିନ ଚାଲିବ ବୋଲି ଆୟୋଜକ କିମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe