ଆଓମା ଗୁରୁକୁଳ ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରଜ ଉତ୍ସବ

ଆଓମା ଗୁରୁକୁଳ ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରଜ ଉତ୍ସବ

ମାଲକାନଗିରି: ମାଟି ଓ ମଣିଷର ନିବିଡ ସଂପର୍କ ବସୁଧା ମା‘ର ଆରାଧନା ପର୍ବ ହେଉଛି ରଜଉତ୍ସବ। ଏହା ଏକ ମହାନ କୃଷିଭିତିକ ପର୍ବ ହୋଇଥିବାରୁ ଉପକୂଳବର୍ତ୍ତି ଅଚଂଳବାସୀଙ୍କ ପରି ଏବେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ଆଜିଠାରୁ ଚିନିଦିନ ଧରି ପାଳନ ହେଉଛି ରଜପର୍ବ। ଶୁକ୍ରବାର ଥିଲା ପହିଲି ରଜ ପର୍ବ। ମାଲକାନଗିରି ସଦର ମହକୁମାସ୍ଥିତ ଅଲ ଓଡିଶା ମାର୍ଶାଲ ଆର୍ଟ ଏକାଡେମୀ(ଆଓମା) ଗୁରୁକୁଳର ଅନ୍ତେବାସୀ ଓଡିଆର ପରମ୍ପରାକୁ ବଞ୍ଚାଇବା ପାଇଁ ନିଆରା ଢଙ୍ଗରେ ପାଳିଛନ୍ତି ରଜପର୍ବ। ଗଛରେ ଦୋଳି ଲଗାଇ ଝିଅ ପିଲାମାନେ ଦୋଳିଖେଳିବା ସହ ସେମାନଙ୍କୁ ନେଇ ପୁଚି ପ୍ରତିଯୋଗିତା ଓ ପୁଅ ପିଲାମାନଙ୍କ ମଧ୍ୟରେ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପିଲାମାନେ ରଜ ପର୍ବର ଗୀତର ତାଳେ ତାଳେ ନୃତ୍ୟକରିଥିଲେ ଓ ଓଡିଆର ପାରମ୍ପାରିକ ପୋଡପିଠା, ମଣ୍ଡାପିଠା, ଆମ୍ବ, ପଣସ ନିଜ ନିଜ ମଧ୍ୟରେ ଖାଇଥିଲେ।ପର୍ବ ପର୍ବାଣୀ ଗୁଡିକୁ ଭୁଲିଯାଉଥିବା ବେଳେ ଆଓମା ଗୁରୁକୁଳର କୁନି କୁନି ଛାତ୍ରଛାତ୍ରୀମାନେ ଏହାକୁ ନ ଭୁଲି ଓଡିଆର ପରମ୍ପରା ଅନୁସାରେ ୩ ଦିନ ଯାକ ରଜ ପର୍ବ ପାଳନ କରିବା ସହିତ ଓଡିଆର ସମସ୍ତ ପରମ୍ପରା, ପର୍ବ ପର୍ବାଣିଗୁଡିକୁ ପାଳନ କରିବା ପାଇଁ ଶପଥ ନେଇଥିଲେ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୃର୍ଗମ ଅପହଁଚ ଇଲାକାର ବାପା ଓ ମା’ ଛେଉଣ୍ଡ ଅନାଥ ପିଲାମାନେ ଏହି ଆଓମା ଗୁରୁକୁଳରେ ରହି ଅଧ୍ୟୟନ କରିବା ସହ ଆତ୍ମରକ୍ଷା କୌଶଳ ସହ ଜୁଡୋ ଚାଲିମ ନେଇ ରାଜ୍ୟ ଓ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି।ସେମାନେ ଯେପରି ନିଜକୁ ଅନାଥ ବୋଲି ନଭାବିବେ ତେଣୁ ସେମାନଙ୍କ ସାଥିରେ ଆଓମା ଗୁରୁକୁଳର ପ୍ରତିଷ୍ଠାତା ବିନାଶ କୁମାର ମିଶ୍ର ଓ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର ସଭାପତି ରତ୍ନାକର ଦାଶ ଉପସ୍ଥିତ ରହି ରଜ ଉତ୍ସବ ମନାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe