ବାରିପଦାରେ ମହକୁଛି ରଜପାନ, ଦାମ୍‌ ୧୦ରୁ ୧୦୦ ଟଙ୍କା

Advertisment
ବାରିପଦାରେ ମହକୁଛି ରଜପାନ, ଦାମ୍‌ ୧୦ରୁ ୧୦୦ ଟଙ୍କା

ବାରିପଦା: ରଜରେ ଓଡ଼ିଆମାନେ ପାନ ଖାଇବାର ପରମ୍ପରା ରହିଛି। ତେବେ ଯୁଗ ବଦଳିବା ସହ ପାନ ପ୍ରସ୍ତୁତି ଶୈଳୀ ମଧ୍ୟ ବଦଳିଛି। ଆଗରୁ ପାନରେ କେବଳ ଚୁନ, ଗୁଆ, ଖଇର, ଧଣିଆ, ଜୁଆଣି, ପାନମହୁରି, ଦେଶୀ ମିଠା ଆଦି ବ୍ୟବହାର ହେଉଥିଲା। ହେଲେ ଏବେ ପାନରେ ନାନାଦି ପ୍ରକାର ରାସାୟନିକ ମସଲା ପଡ଼ୁଛି। ସେହିପରି ଆକାର ବିଭିନ୍ନ ପ୍ରକାର ରହୁଛି। ଯାହା ବିଶେଷ କରି ଯୁବପିଢ଼ିଙ୍କୁ ଆକୃଷ୍ଟ କରୁଛି। ତେବେ ରଜ ଆସିଲେ ବାରିପଦାର ସ୍ବତନ୍ତ୍ର ପାନ କଥା ମନେପଡ଼େ। ରଜ ପାଇଁ ଏଥର ବାରିପଦା ସହରର ବିଭିନ୍ନ ସ୍ଥାନରେ ସ୍ପେସାଲ୍‌ ପାନ ଦୋକାନ ଖୋଲିଛି।

ଦୋକାନୀମାନେ ଆଇସ୍, ଷ୍ଟ୍ରବେରି, କିଟ୍‌କାଟ୍‌, ଚକ୍‌ଲେଟ୍, ଲଡୁ ପାନ ସହ ଫାୟାର ପାନ୍‌ ପ୍ରସ୍ତୁତ କରୁଛନ୍ତି। ଆଉ ଏହି ପାନ କିଣିବା ପାଇଁ ଦୋକାନଗୁଡ଼ିକରେ ପ୍ରବଳ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ବଜାରରେ ଆଇସ୍‌ ଚକ୍‌ଲେଟ୍‌ ପାନ ଓ ଲଡୁ ପାନ ସହ ଚକ୍‌ଲେଟ୍‌ କ୍ରିମ୍ ପାନର ଅଧିକ ଚାହିଦା ଥିବ‌ା ଜଣାପଡ଼ିଛି। ପାନର ମୂଲ୍ୟ ଗୋଟା ପ୍ରତି ଦଶଟଙ୍କାରୁ ଆରମ୍ଭ ହୋଇ ଶହେ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହିସବୁ ପାନ ପ୍ରସ୍ତୁତ ପାଇଁ ମସଲା ସ୍ବତନ୍ତ୍ର ଭାବେ ଟାଟାନଗର, କଲିକତା, ମୁମ୍ବାଇ ଆଦି ସହରରୁ ଆମଦାନି କରାଯାଇଛି ବୋଲି ଦୋକାନୀ ପ୍ରଦୀପ କୁମାର ସ୍ବାଇଁ କହିଛନ୍ତି। ତିଆରି ପାନକୁ ସୁନ୍ଦର ଭାବେ ବିଭିନ୍ନ ଖୋଳ ତଥା ରଙ୍ଗିନ ଜରିରେ ପ୍ୟାକିଂ କରି ଦିଆଯାଉଛି। ଯାହାକୁ କିଏ ପରିବାର ସଦସ୍ୟଙ୍କ ପାଇଁ ତ ଆଉ କିଏ ବନ୍ଧୁବାନ୍ଧବ ପାଇଁ କିଣି ନେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe